Pratidin TV

Odisha's Digital News Platform

ଦୀପାବଳୀରେ ଫୁଟିବ ଟାଇଗର-୩ ବାଣ, ହଲ୍‌ରେ ବସି ମଜାଉଠାଇବେ ଦର୍ଶକ

1 min read

ମୁମ୍ବାଇ : ଦୀର୍ଘ ୬ ବର୍ଷ ପରେ ମିଶନରେ ବାହାରିଲା ଟାଇଗର । ଦମଦାର ଲୁକ ସହ ଜବରଦସ୍ତ ଆକ୍ସନରେ ନଜର ଆସିଲେ ସଲମାନଖାନ । ଏବଂ କହିଲେ ଟାଇଗର ଇଜ ବ୍ୟାକ । ଆଜି ରିଲିଜ ହେଲା ଟାଇଗର-୩ର ଟିଜର । ଆଉ ଟିଜରରେ ଶୁଣିବାକୁ ମିଳିଥିବା ଜବରଦସ୍ତ ଡାଇଲଗ ‘ଜବ ତକ ଟାଇଗର ମରା ନେହିଁ ତବ ତକ୍ ଟାଇଗର ହାରା ନାହିଁ । ପୁଣିଥରେ ପରଦାରେ ଜମିବ ଟାଇଗର ଏବଂ ଜୋୟା ଉରଫ କ୍ୟାଟ୍ରିନଙ୍କ ଯୋଡି । ଚଳିବର୍ଷ ଦୀପାବଳୀରେ ବକ୍ସ ଅôଫିସରେ ଧମାକା କରିବାକୁ ପ୍ରସ୍ତୁତ ହେଉଛି ଟାଇଗର-୩ । ଟିଜର ଦେଖି ଫ୍ୟାନ୍ସଙ୍କ ଭିତରେ ଉତ୍ସହ ଆରମ୍ଭ ହୋଇଗଲାଣି । ୨୦୧୨ରେ ୟଶରାଜ ବ୍ୟାନର ତଳେ ନିର୍ମାଣ ହୋଇଥିଲା ଫିଲ୍ମଏକ ଥା ଟାଇଗର । ଯାହା ସେତେବେଳର ବ୍ଲକ ବଷ୍ଟର ଫିଲ୍ମ ରହିଥିଲା । ଅନେକ ସଫଳତା ପାଇବା ସହ ସଲମାନ-କ୍ୟାଟଙ୍କ ଯୋଡିକୁ ଖୁବ ପସନ୍ଦ କରିଥିଲେ ଲୋକ । ଏହାପରେ ଏହାର ୨ୟଭାଗ ମଧ୍ୟ ପରଦାରେ ନିଆଁ ଲଗାଇ ଦେଇଥିଲେ ।

ପୁଣି ୬ବର୍ଷର ବ୍ୟବଧାନ ପରେ ଚଳିତ ଦୀପାବଳୀରେ ଟାଇଗର ତା ଫିଲ୍ମର ବାଣ ଫୁଟାଇବାକୁ ଯାଉଛି । ତେବେ ସଲମାନ କ୍ୟାଟଙ୍କବ୍ୟତୀତ ଏଥର ଇମ୍ରାନ ହାସମୀ, ଆସୁତୋଷ ରାଣା,ରିଦ୍ଧି ଡୋଗ୍ରା ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ବଜେଟ ପାଖାପାକି ୫୮୦ କୋଟି ଥିବା ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *