ମାର୍ଚ୍ଚ ୬ ରୁ ଭାରତରେ ଗଡିବ ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ,ପ୍ରଧାନମନ୍ତ୍ରୀଙ୍କ ହାତରୁ ହେବ ଉନ୍ମୋଚନ ।
1 min readଭାରତରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ସେବା । ତେବେ ଅନ୍ୟ ଦେଶମାନଙ୍କ ଭଳି ଏଥର ଭାରତର ପାଣି ଭିତରେ ମଧ୍ୟ ଗଡିବ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କୋଲକାତାରେ ଭାରତର ପ୍ରଥମ ଅଣ୍ଡର-ନଦୀ ମେଟ୍ରୋ ଟନେଲର ଉଦଘାଟନ କରିବାକୁ ଯାଉଛନ୍ତି। କୋଲକାତାର ହୁଗଲି ନଦୀ ତଳେ ନିର୍ମିତ ଏହି ଟନେଲ ହାୱାର ମୈଦାନ ଏବଂ ଏସପ୍ଲାନେଡ ମଧ୍ୟରେ ଏକ ସଂଯୋଗ ସ୍ଥାପନ କରିବ।
ତେବେ ଉଦଘାଟନ ପୂର୍ବରୁଏହାର ଟ୍ରାୟଲ ମଧ୍ୟ ସରିଛି । ଏହା ସହରର ଗତିଶୀଳତା ଏବଂ ସଂଯୋଗୀକରଣକୁ ଦୃଷ୍ଟି ରଖି ନିର୍ମାଣ ହୋଇଛି । ଭାରତରେ ପୂର୍ବରୁ ଏଭଳି ସେବା ନଥିଲା । ପାଣିର ୧୬ ମିଟର ତଳେ ଏହି ମେଟ୍ରୋ ଟନେଲ ରହିଛି । ଏହି ଯାତ୍ରାରେ ଯାତ୍ରୀମାନେ ନଦୀ ପାଣିର ମଜା ଉଠାଇ ପାରିବେ ।
ଏମିତିକି ପାଣି ଉପରେ ଯାତ୍ରା କରୁଥିବା ଲୋକେ ବି ଜାଣିପାରିବେ ନାହିଁ ଯେ ତଳେ ମେଟ୍ରୋ ଯାଉଛି । ଲୋକଙ୍କର ସମସ୍ତ ପ୍ରକାର ସୁବିଧାକୁ ଧ୍ୟାନରେ ରଖି ଏହାକୁ ନିର୍ମାଣ କରାଯାଇଛି । ତେବେ ୨୦୨୪ରେ ପ୍ରଥମ ଥର ପାଇଁ କୋଲକାତାରେ ନିର୍ମିତ ହୋଇଛି ଭାରତର ପ୍ରଥମ ଅଣ୍ଡରୱାର୍ଟର ମେଟ୍ରୋ ଟନେଲ । ସହରାଂଚଳ ପରିବହନରେ ପରିବର୍ତନ ଆଣିବା ପାଇଁ ଏକ ସ୍ମାରକୀ ବିକାଶରେ ପିଏମ ମୋଦୀ ବିଭିନ୍ନ ଦେଶରେ ପ୍ରମୁଖ ମେଟ୍ରୋଏବଂ ଦ୍ରୁତ ଗମନାଗମନ ପ୍ରକଳ୍ପର ଉଦଘାଟନ କରିବାକୁ ଯୋଜନା କରିଛନ୍ତି । କୋଲକାତା ମେଟ୍ରୋ ସମ୍ପସାରଣ, ହାୱଡା ମୈଦାନ ଏସପ୍ଲାନଡ ମେଟ୍ରୋ ବିଭାଗକୁ ନେଇ ଭାରତର ପ୍ରଥମ ପରିବହନ ଟନେଲକୁ ଏକ ପ୍ରମୁଖ ନଦୀ ତଳେ ଅତିକ୍ରମ କରି ଦେଶର ଭିତି ଭୂମି ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଇବ ।