Pratidin TV

Odisha's Digital News Platform

ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନରେ ବୋମା ଥିବା ନେଇ ଧମକ, ଆଲର୍ଟ ମୁଡ୍‌ରେ ପୋଲିସ

1 min read

ବୋମା ଧମକ ଥମୁନି | ବିମାନ ବନ୍ଦର, ସ୍କୁଲ,ଏବଂ ହସ୍ପିଟାଲରେ ସବୁଠି ବୋମା ବିସ୍ଫୋରଣ ଧମକ ମିଳୁଛି | ଗତ କିଛି ଦିନ ହେବ ଫେକ ବୋମା ଧମକ ମିଳିବାର ଖବର ସାମ୍ନାକୁ ଆସୁଛି | ଏବେ ପୁଣି ଥରେ ବିମାନରେ ବୋମା ଲଗାଇ ବିସ୍ଫୋରଣ କରିବାର ଆସିଛି ଇମେଲ | ଏନେଇ ଦିଲ୍ଲୀ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଥିଲା ।

ସୋମବାର, ଜୁନ୍ ୧୭ରେ, ନୂଆଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାଉଥିବା ବିମାନରେ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଆତଙ୍କ ଖେଳିଯାଇଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ, ସୋମବାର ସକାଳ ପ୍ରାୟ ୯ଟା ୩0 ମିନିଟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାଉଥିବା ବିମାନରେ ବୋମା ଲଗାଯାଇଥିବା ସୂଚନା ମିଳିଥିଲା। ଏହା ପରେ ସୁରକ୍ଷା ଏଜେନ୍ସିଗୁଡିକ ସମ୍ପୂର୍ଣ୍ଣ ଅନୁସନ୍ଧାନ କରିଥିଲେ ଯାହା ପରେ କୌଣସି ସନ୍ଦେହଜନକ ସନ୍ଧାନ ମିଳିନଥିଲା ଏବଂ ଏହାକୁ ଏକ ଫେକ ଇମେଲ ବୋଲି ପରେ କୁହାଯାଇଥିଲା |

Leave a Reply

Your email address will not be published. Required fields are marked *