Pratidin TV

Odisha's Digital News Platform

କିର୍କିଣ୍ଡା ଜଙ୍ଗଲର ମାଟି ତଳୁ ପୋତା ଯାଇଥିବା ଦନ୍ତା ହାତୀର କଙ୍କାଳକୁ ଉଦ୍ଧାର କଲା ବନ ବିଭାଗ।

ରାୟଗଡା ; ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନଖଣ୍ଡ ନାରାୟଣପୁର ଶିବ ମନ୍ଦିର ପାଖରୁ ଗତ ମେ ମାସ ୯ ତାରିଖରେ ଦୁଇ ହାତୀଦାନ୍ତ ଜବତ ଘଟଣାରେ ମୃତ ହାତୀର ସୁରାକ ପାଇଛି ବନବିଭାଗ। ଗିରିଫ ଅଭିଯୁକ୍ତ ମାନଙ୍କ ବୟାନ କୁ ଆଧାର କରି କଲ୍ୟାଣସିଂହପୁର ବନାଞ୍ଚଳ ତଥା କୋଲନରା ବ୍ଲକ ଖେଦାପଡ଼ା ପଞ୍ଚାୟତର କିର୍କିଣ୍ଡା ଜଙ୍ଗଲରେ ଏହି ହାତୀକୁ ମାରି ପୋତି ଥିବା ସୁରାକ ପାଇଥିଲା। ସପ୍ତାହେ ହେଲା ଜଙ୍ଗଲର ବିଭିନ୍ନ ସ୍ଥାନ ରେ ଖୋଜାଖୋଜି କରି ଶେଷରେ ଗତକାଲି ପୋତା ଯାଇଥିବା ମୃତ ହାତୀର ସନ୍ଧାନ ପାଇଥିଲା ବନ ବିଭାଗ।

ରାୟଗଡ଼ା ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହେଲଙ୍କ ସମେତ ୪ ଜଣ ପଶୁ ଡାକ୍ତରଙ୍କ ଉପସ୍ଥିତିରେ ମାଟି ତଳୁ ମୃତହାତୀର ଅଂଶବିଶେଷକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଶବ ବ୍ୟବଚ୍ଛେଦ କରାଯାଇଛି । ପୂର୍ବରୁ କଲ୍ୟାଣସିଂହପୁର ମସଲା ବେପାରୀ ସୁରେନ୍ଦ୍ର ନାହାକ ଓ ସୁନାଖଣ୍ଡି ପଞ୍ଚୟତ ମନେଇଗୁଡ଼ା ଗ୍ରାମର ଶଙ୍କର କଣ୍ଡାଗିରିଙ୍କୁ ହାତୀ ଦାନ୍ତ ସହିତ ନାରାୟଣପୁର ଶିବ ମନ୍ଦିର ପରିସରରେ ଗିରଫ କରିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ ସେମାନଙ୍କ ସୂଚନା ଆଧାରରେ ଦୁଇଟି ବାଘଛାଲ ସହ ୧୧ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବନ ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଡ଼ିଏଫ୍ଓ ମୃତ ହାତୀର ଶବକୁ ଖୋଜି ବାହାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ଼ା, କଲ୍ୟାଣସିଂହପୁର,ଓ ବିଷମକଟକ ବନାଞ୍ଚଳରେ ଥିବା ୮ ବର୍ଗ କିଲୋମିଟର ଏହି କିର୍କିଣ୍ଡା ଜଙ୍ଗଲରେ ଅନେକ ସମୟରେ ହାତୀପଲ ଚରାବୁଲା କରୁଥିବା ଅଞ୍ଚଳବାସୀ କହିଛନ୍ତି ।

ହାତୀ ମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଅଧୂକ ଯତ୍ନବାନ ହେବା ସହ ଚୋରା ଚାଲାଣକାରୀ ଓ ଶିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।ଏହି ବିଷୟରେ ଆମେ ବନ ବିଭାଗ ଅଧିକାରୀ ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ କୌଣସି ପ୍ରକାର ମିଳିପାରିନଥିଲା।

Leave a Reply

Your email address will not be published. Required fields are marked *