Pratidin TV

Odisha's Digital News Platform

ସରିଲା ଚତୁର୍ଥ ପର୍ଯ୍ୟାୟ ଭୋଟ୍,ଇଭିଏମ୍‌ରେ ସିଲ୍‌ ହେଲା ହେଭିୱେଟଙ୍କ ଭାଗ୍ୟ

1 min read

ସରିଲା ୪ର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ | ଏହି ପର୍ଯ୍ୟାୟରେ ୧0 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଆସନରେ ମତଦାନ ହୋଇଥିଲା | ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ସୂଚନା ଅନୁସାରେ ୪ର୍ଥ ପର୍ଯ୍ୟାୟରେ ପ୍ରାୟତଃ ୬୭.୨୫ ପ୍ରତିଶତ ମତଦାନ ହୋଇଛି।

ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ସଂସଦୀୟ କ୍ଷେତ୍ରରେ ୭୬.୫୦ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ୮ ସଂସଦୀୟ କ୍ଷେତ୍ରରେ ୭୮.୩୭ ପ୍ରତିଶତ ମତଦାନ ହୋଇଛି । ସେହିପରି ମଧ୍ୟପ୍ରଦେଶର ୮ ସଂସଦୀୟ କ୍ଷେତ୍ରରେ ୭୦.୯୮, ତେଲେଙ୍ଗାନାର ସମସ୍ତ ୧୭ ସଂସଦୀୟ କ୍ଷେତ୍ରରେ ୬୪.୭୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *