Pratidin TV

Odisha's Digital News Platform

୪ ଲକ୍ଷ ଖର୍ଚ୍ଚ କରି ପ୍ରିୟ କାର୍‌ର କଲେ ଅନ୍ତିମ ସଂସ୍କାର , ଭିଡିଓ ହେଲା ଭାଇରାଲ ।

1 min read

ରୀତିନୀତିରେ ଚାଲିଛି ଅନ୍ତିମ ସଂସ୍କାର କାର୍ଯ୍ୟ । ପାଖରେ ବସି ଭୋ ଭୋ କରି କାନ୍ଧୁଛନ୍ତି ପରିବାର ବା ଆତ୍ମୀୟସୋଜନ । ଶବ ସଂସ୍କାର ପାଇଁ ଖୋଳାହୋଇଛି ଗାତ । କିନ୍ତୁ ଏଠି ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଯେ ଏହି ଗାତ କୌଣସି ମଣିଷ ପାଇଁ ନୁହଁ ବରଂ ଗୋଟେ କାର୍ ର ଅନ୍ତିମ ସଂସ୍କାର ପାଇଁ ହୋଇଛି ।

ଆପଣଙ୍କୁ ନିଶ୍ଚୟ କୌଣସି ଗପ ବା ଫିଲ୍ମର କାହାଣୀ ଭଳି ଲାଗୁଥିବ । ଯେପରି ର୍ଟାଜନ ଦ ୱାଣ୍ଡର କାର୍ କିନ୍ତୁ କଥାଟା ସମ୍ପୂର୍ଣ୍ଣ ରୂପେ ସତ । ଏପରି ଏକ ଅଦ୍ଭୁତ ଘଟଣା ଗୁଜରାଟର ଅମରେଲି ଜିଲ୍ଲାରେ ଦେଖିବାକୁ ମିଳିଛି । ଲାଠି ତାଲୁକାର ପଦାରସିଂହା ବାସିନ୍ଦା ସଞ୍ଜୟ ପୋଲାରା ଏକ ଚାଷୀ ପରିବାର । ସେ ଏବଂ ତାଙ୍କ ପରିବାର ଏହି ନିଆରା କାର୍ଯ୍ୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏକ ପୁରୁଣା କାର୍କୁ ଏମାନେ ଦେଇଛନ୍ତି ବିଦାୟ । ସେ ପୁଣି ଏମିତି ସେମିତି ନୁହେଁ, ସମ୍ପୁର୍ଣ୍ଣ ରୀତିନୀତୀରେ ଦେଇଛନ୍ତି ବିଦାୟ । ବାସ୍ତବରେ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ଏହି ପରିବାରକୁ ସେବା ଦେଇ ଆସୁଥିଲା ଏକ ପୁରୁଣା କାର୍ । କାରଟିକୁ ପରିବାର ଲୋକେ ଅତ୍ୟନ୍ତ ଶୁଭ ବା ତାଙ୍କ ଲକି ଚାର୍ମ ରୂପେ ମାନୁଥିଲେ । ଏଥିପାଇଁ ସେମାନେ କାରରକୁ ବିକ୍ରି ନକରି ତାକୁ ଏକ ସ୍ମୃତି ରୂପରେ ସମ୍ପୂର୍ଣ୍ଣ ରୀତିନୀତିରେ ସମାଧି ଦେଇଛନ୍ତି ।

Advertisement

ଗତ ଗୁରୁବାର ଦିନ ନିଜର ପ୍ରିୟ କାର୍ ପାଇଁ ପୁରା ପରିବାର ଏକ ଭବ୍ୟ ‘ସମାଧି’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ଗାଁର ପ୍ରାୟ ୧୫୦୦ ଲୋକ, ସାଧୁସନ୍ଥ ଓ ଆଧ୍ୟାତ୍ମିକ ଗୁରୁମାନେ ଯୋଗ ଦେଇଥିଲେ । ଫୁଲମାଳରେ ସୁସଜ୍ଜିତ ଏହି କାର୍କୁ ଶୋଭାଯାତ୍ରାରେ ସମାଧି ସ୍ଥଳକୁ ନିଆଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତିରେ ପରିବାରର ମୁଖ୍ୟ ଦେବତାଙ୍କୁ ପୂଜା କରାଯାଇଥିଲା । ପରେ କାରଟିକୁ ସଞ୍ଜୟ ପୋଲାରାଙ୍କ ପରିବାର ନିଜ କ୍ଷେତରେ ସମାଧି ଦିଆଯାଇଛି । ଯାହାକୁ ନେଇ ଏବେ ପୁରା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *