Pratidin TV

Odisha's Digital News Platform

୧୦ଦିନର ନବଜାତ କନ୍ୟା ଠାରୁ ତା ବାପାକୁ ସବୁଦିନ ପାଇଁ ଛଡାଇ ନେଲା କ୍ରିକେଟ ଖେଳ..

1 min read

ହେ ଭଗବାନ ମୁଁ କି ଭୁଲ୍ କରିଥିଲି। ମୋ ସହ ଏମିତି କଲୁ । କାହିଁକି ଏ ଦୁନିଆକୁ ଆଣିଥିଲୁ , ମାତ୍ର ଦଶଦିନରେ ମୋ ପାଖରୁ ମୋ ବାପାକୁ ଛଡାଇନେଲୁ । ବାପା ଛେଉଣ୍ଡ କରିବାର ଯଦି ଥିଲା ତେବେ କାହିଁକି ମତେ ଦୁନିଆକୁ ଆଣିଲୁ । ବଞ୍ଚିଥିବା ପର୍ଯ୍ୟନ୍ତ ମୋ ମୁଣ୍ଡରେ କଳଙ୍କ ଦାଗ ଲଗେଇ ଦେଲୁ । ଏବେ ସମସ୍ତେ କହିବେ ମୁଁ ଗୋଟେ ଅଲକ୍ଷଣୀ । ମୁଁ ଜନ୍ମ ହେଇ ମୋ ବାପା କୁ ଖାଇଲି । ଏ ସମାଜ ମୋତେ ଅଶୁଭ କହିବ । ଆଉ ଲୋକ ମାନେ ମୋତେ ଦେଖିଲେ ମୁହଁ ବୁଲେଇ ଦେବେ । କେଡେ ହତଭାଗୀନିଟା ମୁଁ, ବାପାର ସ୍ନେହ କଣ ଜାଣିବା ଆଗରୁ ମୋ ବାପାକୁ ନେଇଗଲୁ । ଆରେ ତମେ ମାନେ ଏତେ ଅମଣିଷ । ସାମାନ୍ୟ କ୍ରିକେଟ ଖେଳ ପାଇଁ ମୋ ବାପାର ଜୀବନ ନେଇଗଲ । ଟିକେ ବି ମୋ ମା କଥା , ଆଉ ମୋ କଥା ଭାବିଲନି । କେମିତି ଏତେ ନିର୍ଦ୍ଦୟ ହୋଇପାରିଲ ତୁମେ ମାନେ । ତୁମେମାନଙ୍କର ଭୁଲ୍ ର କ୍ଷମା ନାହିଁ । ହଁ ଆଜ୍ଞା ହୁଏତ ଯଦି ସେ ସବୁକିଛି ଜାଣିପାରିଥାନ୍ତା ଆଜି ଠିକ୍ ଏମିତି ହିଁ କହିଥାନ୍ତା । ଝିଅ ଜନ୍ମ ହୋଇଛି ଶୁଣି କାର୍ଯ୍ୟରୁ ଛୁଟି ନେଇ ଘରକୁ ଧାଇଁ ଆସିଥିଲା ଯବାନ ବାପା । ଝିଅକୁ ଧରିବ ତାର ଏକୋଇସିଆ କରି ଗାଁ ଲୋକଙ୍କୁ ଭୋଜି ଭାତ ଦେବ । ଝିଅର ନାଁ ରଖିବ ଏମିତି କେତେ ସ୍ୱପ୍ନ ଦେଖି ସେନାରେ କାର୍ଯ୍ୟ କରୁଥିବା ଯବାନ ଘରକୁ ଆସିଥିଲା । ହେଲେ ଯେମିତି ଲାଗୁଛି ତାର ଏହି ଖୁସିରେ କାହାର ନଜର ଲାଗିଗଲା ବୋଧେ । ଆଉ ଦିନ କେଇଟା ଭିତରେ ସବୁ ଖୁସି ପରିବାରର ଆଖି ସାମ୍ନାରେ ଚୂନା ହୋଇଗଲା ।

ଆଜ୍ଞା ଆମେ କହୁଛୁ ଗଂଜାମ ଜିଲ୍ଲା କାଳୀପଲ୍ଲୀ ଗାଁରେ ବାସିନ୍ଦା ଜେ. ଡିଲେଶ୍ୱର ପାତ୍ରଙ୍କ କଥା । ତାଙ୍କ ସହ ଯାହା ସବୁ ଘଟିଗଲା ଜାଣିଲେ ଆପଣଙ୍କ ଆଖିରେ ବି ଆସି ଯିବ ଲୁହ । ଗତ ୮ ବର୍ଷ ହେଲା ସେନାରେ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ଚଳିତ ବର୍ଷ ତାଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ ଗତ ନଭେମ୍ବର ୨୮ରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଥିଲା । ଯାହାକୁ ଶୁଣି ସେ ଖୁସିରେ ଛୁଟି ନେଇ ଘରକୁ ଚାଲି ଆସିଥିଲେ । ତେବେ ସବୁ କିଛି ଠିକ ଚାଲିଥିବା ବେଳେ ଝିଅ ଜନ୍ମର ୧୦ ଦିନ ହୋଇଥିବା ବେଳେ ଆଜି ସବୁ ଦିନ ପାଇଁ ଆଖିବୁଜି ଦେଇଛନ୍ତି ଯବାନ ଡିଲେଶ୍ୱର । ପୂର୍ବରୁ ତାଙ୍କ ବାପାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଆଜି ଘରର ଭେଣ୍ଡିଆ ପୁଅଟା ଆଖିବୁଜି ଦେଇଛି । ପୁରୁଷ ଶୂନ୍ୟ ହୋଇ ଯାଇଛି ପାତ୍ର ପରିବାର ।

Advertisement

ସ୍ୱାମୀକୁ ହରାଇ ସାରିଥିବା ମାଆ ଆଜି ସବୁଦିନ ପାଇଁ ତା ଭେଣ୍ଡିଆ ପୁଅକୁ ବି ହରାଇ ବସିଛି । ସୂଚନାମୁତାବକ ଗତ ୩ତାରିଖରେ ଗୋପାଳପୁରରୁ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳ ଦେଖି ଘରକୁ ଫେରୁଥିବା ବେଳେ ଡିଲେଶ୍ୱରଙ୍କ ଉପରକୁ କିଛି ଦୃବୁର୍ତ୍ତ ଆକ୍ରମଣ କରିଥିଲେ । ତାଙ୍କୁ ମାଡ ପାରି ଲହୁ ଲୁହାଣ କରି ଚାଲି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୪ଦିନ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଆଉ ପୁଅର ମୃତ୍ୟୁ ଖବର ପାଇଁ କାନ୍ଦ ବୋବାଳି ଫାଟି ପଡୁଛି ପୁରା ଗାଁ । ୧୦ ଦିନର ଝିଅକୁ କୋଳରେ ଧରି ମୁଣ୍ଡ ଫଟାଇ କାନ୍ଦୁଛି ସ୍ତ୍ରୀ । କି ବା ଦୋଷ କରିଥିଲା ସିଏ । ଆଉ କିଛି ଦିନ ପରେ ପୁରା ପରିବା ନବଜାତ କନ୍ୟାର ଏକୋଇସିଆ କରି ତାର ନାଁ ରଖି ଥାନ୍ତା । ବାପାକୁ ଚିହିଁବା ଆଗରୁ ବାପା ଛେଉଣ୍ଡ ହୋଇଗଲା କୋମଳମତି ଝିଅ ।

Leave a Reply

Your email address will not be published. Required fields are marked *