ଭିଡ଼ିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲା ଗ୍ୟାଙ୍ଗଷ୍ଟାର ।
1 min readକଟକ : ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗୁଛି ଗ୍ୟାଙ୍ଗଷ୍ଟାର ସକିଲ୍ । ସୋସିଆଲ ମିଡ଼ିଆରେ ଗ୍ୟାଙ୍ଗଷ୍ଟାର ସକିଲ ର ଭିଡିଓ । ଭିଡିଓ ରେ ତାକୁ ଏନକାଉଣ୍ଟର ଭୟ ଥିବା ସେ କହିବା ସହ ପୋଲିସ ଉପରେ ଆଣିଛି ସାଙ୍ଘାତିକ ଅଭିଯୋଗ । ପୋଲିସ ତା’କୁ ମିଛରେ ଏନକାଉଣ୍ଟରରେ ଫସାଇବା ପାଇଁ ଚେଷ୍ଟା କରୁଛି ।
ଅପରାଧରୁ କିଛି ବର୍ଷ ହେବ ଦୁରେଇ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ତା’କୁ ପୁଣି ମିଛ ମାମଲରେ ଫସାଇ ଏନକାଉଣ୍ଟର କରିବାକୁ ଚେଷ୍ଟା କରୁଛି ବୋଲି ଭିଡିଓ ରେ କହି ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛି ଏହି ଗ୍ୟାଙ୍ଗଷ୍ଟାର ।
ସୂଚନାଯୋଗ୍ୟ କଟକରେ ସକିଲ ନାଁ’ ରେ ପୂର୍ବରୁ ଦାଦାବଟି, ବୋମାମାଡ, ଗୁଳିକାଣ୍ଡ ଭଳି ଏକାଧିକ ମାମଲା ରହିଛି । ଶେଷ ଥର ପାଇଁ ପୋଲିସ ତା’କୁ କଟକ ସଦର ଥାନା ଅଞ୍ଚଳରୁ ଦାଦାବଟି ପାଇଁ ଧମକ ଦେଇଥିବା ଅଭିଯୋଗରେ ଗିରଫ କରିଥିଲା । ପରେ ଜାମିନ ରେ ଆସି ଏବେ ସକିଲ କଟକରେ ତାର ପରିବାର ସହ ରହୁଛି ।