Pratidin TV

Odisha's Digital News Platform

ଉତ୍ତର ଆମେରିକାରେ ବିଶାଳ ହନୁମାନ ମୂର୍ତ୍ତି, ‘ଷ୍ଟାଚ୍ୟୁ ଅଫ ୟୁନିୟନ’ ନାମରେ ହେଲା ନାମିତ

1 min read

ଆମେରିକା ଟେକ୍ସାସରାଜ୍ୟର ହୁଷ୍ଟନଠାରେ ଏକ ବିଶାଳ ସମାରୋହ ଆୟୋଜନ କରାଯାଇଛି | ଯେଉଁଥିରେ ହନୁମାନ ଭଗବାନଙ୍କର ୯0 ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ଉଦ୍ଘାଟନ କରାଯାଇଛି | ଏହି ପ୍ରତିମୂର୍ତ୍ତି ଆମେରିକାର ତୃତୀୟ ଉଚ୍ଚତମ ପ୍ରତିମୂର୍ତ୍ତି ଏବଂ ଏହା ‘ଷ୍ଟାଚ୍ୟୁ ଅଫ ୟୁନିୟନ’ ହନୁମାନ ଭାବରେ ଜଣାଶୁଣା |

ଏହି ମୂର୍ତ୍ତିକୁ ଶ୍ରୀ ଚିନ୍ନାଜିୟାର ସ୍ବାମୀ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ସ୍ବାମୀଜୀ ଏହି ମୂର୍ତ୍ତି ସ୍ଥାପନ ମାଧ୍ୟମରେ ଉତ୍ତର ଆମେରିକାରେ ଭାରତର ମହାନ ସଂସ୍କୃତିର ପରିପ୍ରସାର ଲାଗି ଉଦ୍ୟମ ଜାରି ରଖିଛନ୍ତି। ସୂଚନା ଯୋଗ୍ୟ ଯେ ଆଖୁ ଚାଷ ଲାଗି ପ୍ରସିଦ୍ଧ ଟେକ୍ସାସର ହୁଷ୍ଟନରେ ସ୍ବାମୀଜୀଙ୍କ ଦ୍ବାରା ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ହୋଇଛି। ମନ୍ଦିର ପରିସରରେ ନିର୍ମିତ ଏହି ବିଶାଳ ଏବଂ ଭବ୍ୟ ହନୁମାନଙ୍କ ମୂର୍ତ୍ତି ମାନବ ସମାଜ ଲାଗି କରୁଣା, ଆଶା ଓ ସାମର୍ଥ୍ୟର ପ୍ରତୀକ ଭାବେ ଉଭା ହୋଇଛି।

ଭାରତୀୟ ଧର୍ମ ଓ ସଂସ୍କୃତି ପ୍ରତି ଆମେରିକା ଭଳି ପାଶ୍ଚାତ୍ୟ ରାଷ୍ଟ୍ରରେ କ୍ରମଶଃ ଆଗ୍ରହ ବଢ଼ିବାରେ ଲାଗିଛି ବୋଲି ଏହି ଅବସର​‌ରେ ସ୍ବାମୀଜୀ ସୂଚନା ଦେଇଛନ୍ତି। ଏହା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଏକ ନୂତନ ଶକକଟି ଏବଂ ଉତ୍ସାହ ସୃଷ୍ଟି କରିଛି | ଏହି ପ୍ରତିମୂର୍ତ୍ତି ଉଦଘାଟନ ସମାରୋହ ଏକ ଐତିହାସିକ ଘଟଣା ଭାବରେ ଦେଖାଯାଇଛି |

Leave a Reply

Your email address will not be published. Required fields are marked *