Pratidin TV

Odisha's Digital News Platform

୨ ମାସ ସାଥୀରେ ରହିବା ପରେ ଛୁ ମାରିଲା ପ୍ରେମିକ,ଘର ସମ୍ମୁଖରେ ବସିଛି ପ୍ରେମିକା…

ପ୍ରେମ କରି କିଏ ସଫଳ ହୋଇଛି ତ ପୁଣି କିଏ ବିଫଳ । ରାଜଧାନୀରେ ନେତା ଙ୍କ ପ୍ରେମ କାହାଣୀକୁ ନେଇ ହାଇଡ୍ରାମା ଚାଲୁଛି । ଫଳରେ ଏହାର ପ୍ରଭାବ ଗାଁ ଗଣ୍ଡାରେ ମଧ୍ୟ ଏବେ ଦେଖିବାକୁ ମିଳିଲାଣି । ସେହିପରି ପ୍ରେମିକ ସହ ଘରୁ ଫେରାର ହୋଇଥିଲେ ଜଣେ ଯୁବତୀ । ଦୁଇ ମାସ ପ୍ରେମିକ ସାଥୀରେ ସ୍ତ୍ରୀ ଭାବରେ ରହିବା ପରେ ପ୍ରେମିକ ଜଣକ ଯୁବତୀଙ୍କୁ ଛାଡି ମାରିଥିଲେ ଚମ୍ପଟ । ତାପରେ ସ୍ତ୍ରୀ ମାନ୍ୟତା ପାଇବା ପାଇଁ ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଏହି ଯୁବତୀ ଜଣକ।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅଧିନସ୍ତ ସିଂହାମୁଣ୍ଡା ପଞ୍ଚାୟତର ବାଙ୍କିଆମୁଣ୍ଡା ଗାଁରେ । ସୂଚନା ମୁତାବିକ ଏହି ଗାଁର କଲଗାପଡାର ଜଣେ ଯୁବକଙ୍କ ସହ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୀର୍ଘ ବର୍ଷ ପ୍ରେମିକ ପ୍ରେମିକା ଭାବରେ ରହିବା ପରେ ଗତ ଅଗଷ୍ଟ ମାସରେ ଦୁହେଁ ଘରୁ ଲୁଚି ପଳାଇଥିଲେ ।ଏନେଇ ପରିବାର ଲୋକେ ବନ୍ଧପଡା ପୁଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ହେଲେ ପ୍ରେମିକ ଜଣକ କିଛି ଦିନ ପ୍ରେମିକାକୁ ନିଜ ପାଖରେ ରଖିବା ପରେ ଏବେ ଛାଡି ଦେଇ ଚାଲିଯାଇଥିବା ଗାଁ ଲୋକଙ୍କଠାରୁ ଖବର ମିଳିଛି । ଏଣୁ ଏ ଦିଗରେ ପୁଲିସ ପ୍ରଶାସନ ହସ୍ତକ୍ଷେପ କରି ନ୍ୟାୟ ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

Leave a Reply

Your email address will not be published. Required fields are marked *