ନୀରଜଙ୍କ ସ୍ୱପ୍ନରେ ରହିଗଲା ସ୍ୱର୍ଣ୍ଣ ପଦକ ; ଖେଳ ବିଗାଡ଼ି ଦେଲା ‘ଏକ ସେଣ୍ଟିମିଟର’
1 min readପ୍ୟାରିସ୍ ଅଲିମ୍ପିକ୍ସ ପରେ ପୁଣି ଥରେ ନୀରଜଙ୍କ ସ୍ୱର୍ଣ୍ଣ ପଦକ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ବେଲଜିୟମରେ ଅନୁଷ୍ଠିତ ଡାଇମଣ୍ଡ ଲିଗରେ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରି ନୀରଜଙ୍କୁ ସିଲଭରରେ ସନ୍ତୁଷ୍ଟ ହେବାକୁ ପଡିଛି ।
ସବୁଠୁ ବଡ କଥା ହେଲା ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜଙ୍କ ପଛରେ ଥିବା ଅର୍ଥାତ୍ ବ୍ରୋଞ୍ଜ୍ ବିଜେତା ଆଣ୍ଡରସନ୍ ପିଟର୍ସ ଡାଇମଣ୍ଡ ଲିଗ୍ ଟ୍ରଫି ହାତେଇଛନ୍ତି। ନୀରଜ ୮୭.୮୬ ମିଟର ଥ୍ରୋ କରି ଥିବାବେଳେ ପିଟର୍ସ ୮୭.୮୭ ଥ୍ରୋ ସହ ମାତ୍ର ଗୋଟିଏ ସେଣ୍ଟିମିଟର ଆଗର ରହିଥିଲେ। ଫଳରେ ପିଟର୍ସ ପ୍ରଥମ ଏବଂ ନୀରଜ ଦ୍ୱିତୀୟ ହୋଇଥିଲେ।
ତେବେ ଭାରତର ଜାଭଲିନ୍ ଷ୍ଟାର୍ ନୀରଜ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଡାଇମଣ୍ଡ ଲିଗର ରନର୍ ଅପ୍ ହୋଇଛନ୍ତି। ସେ ୨୦୨୨ ଡାଇମଣ୍ଡ ଲିଗରେ ସ୍ୱର୍ଣ୍ଣ ଜିତି ଥିବାବେଳେ ୨୦୨୩ରେ ସିଲଭର୍ ବିଜେତା ହୋଇଥିଲେ। ଆଉ ଏଥର ମଧ୍ୟ ମାତ୍ର ଏକ ସେଣ୍ଟିମିଟର ପାଇଁ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।