Pratidin TV

Odisha's Digital News Platform

ଧନତେରାସରେ ଜୁଏଲାରୀରେ ଜିଏସ୍‌ଟି ଚଢ଼ାଉ ପରେ , ହୃଦଘାତରେ ଚାଲିଗଲା ସୁନା ବ୍ୟବସାୟୀଙ୍କ ଜୀବନ..

1 min read

ଜି ଏସ୍ ଟି ଚଢାଉ ପରେ ଚାଲିଗଲା ସୁନା ବ୍ୟବସାୟୀଙ୍କ ଜୀବନ ।ଗତକାଲି ରାତିରେ ଦୀପାବଳି ପାଳି ସେ ଶୋଇବାକୁ ଯାଇଥିଲେ। ଆଜି ସକାଳ ୮ଟା ଯାଏଁ ସେ ଉଠି ନଥିଲେ।ସିଟି ଓ ଜିଏସ୍‌ଟି ଟିମ୍‌ର ଚଢ଼ାଉ ପରେ ଜଣେ ସୁନା ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ମୃତ ସୁନା ବ୍ୟବସାୟୀଙ୍କ ନାଁ ପି. ହରପ୍ରସାଦ। ସେ ଥିଲେ ଜୟପୁର ସ୍ଥିତ ନ୍ୟୁ ବାସେବୀ ଜୁଏଲର୍ସର ମାଲିକ।

ଗତକାଲି ରାତିରେ ଦୀପାବଳି ପାଳି ସେ ଶୋଇବାକୁ ଯାଇଥିଲେ। ଆଜି ସକାଳ ୮ଟା ଯାଏଁ ସେ ଉଠି ନଥିଲେ। ସେ ଉଠିବାରେ ବିଳମ୍ବ ହେବାରୁ ତାଙ୍କ ମା’ ଓ ସ୍ତ୍ରୀ ବାରମ୍ବାର ଡାକ ପକାଇ ତାଙ୍କୁ ଉଠାଇଥିଲେ। କିନ୍ତୁ ସେ ଉଠି ନଥିଲେ। ତେଣୁ ତାଙ୍କ ମା’ ଓ ସ୍ତ୍ରୀ ପଡ଼ୋଶୀଙ୍କୁ ଜଣାଇଥିଲେ। ପଡ଼ୋଶୀଙ୍କ ସହାୟତାରେ ତୁରନ୍ତ ପି. ହରପ୍ରସାଦଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisement

ଗତ ମଙ୍ଗଳବାର ଧନତେରାସ ଥିବା ବେଳେ ସେହି ଦିନ ରାଜ୍ୟ ବିଭିନ୍ନ ସୁନା ଦୋକାନରେ ସିଟି ଓ ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୟପୁରରେ ପି. ହରପ୍ରସାଦଙ୍କ ଦୋକାନ ନ୍ୟୁ ବାସେବୀ ଜୁଏଲର୍ସରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେହି ଦିନଠାରୁ ପି. ହରିପ୍ରସାଦ ଚାପଗ୍ରସ୍ତ ଥିଲେ ବୋଲି ଜଣାପଡ଼ିଛି।ପି. ହରିପ୍ରସାଦଙ୍କ ଭାଇ ପି. ରାଜେଶ କହିଛନ୍ତି ଯେ, ଗୋଟିଏ ପର୍ବ ବେଳେ ସିଟି ଓ ଜିଏସ୍‌ଟିର ଏଭଳି ଚଢ଼ାଉ ତାଙ୍କୁ ଖୁବ୍ ଆଘାତ ଦେଇଥିଲା। ଏକ ଘଣ୍ଟା କହି ୬ରୁ ୭ ଘଣ୍ଟା ଧରି ଦୋକାନ ଓ ଘରେ ସର୍ଚ୍ଚ କରିଥିଲା ସିଟି ଓ ଜିଏସ୍‌ଟି ଟିମ୍। ଆଉ ତା’ର ପ୍ରଭାବ ଭାଇଙ୍କ ଉପରେ ପଡ଼ିଥିଲା। ପୂର୍ବରୁ ମଧ୍ୟ ଭାଇଙ୍କ ଦୋକାନରେ ଏମିତି ବାରମ୍ବାର ଚଢ଼ାଉ କରାଯାଇଛି। ଯଦି କିଛି ତ୍ରୁଟି ଥିଲା, କାର୍ଯ୍ୟାନୁଷ୍ଠାନ ନେଇଥା’ନ୍ତେ। କିନ୍ତୁ ତାହା ନ କରି ଏମିତି ବାରମ୍ବାର ଚଢ଼ାଉ କରାଯିବ ଯୋଗୁ ଲୋକେ କ’ଣ କହୁଥିବେ ଭାବି ଚିନ୍ତାଗ୍ରସ୍ତ ହୋଇଯାଇଥିଲେ ଭାଇ। ଆଉ ଆଜି ତାଙ୍କର ମୃତ୍ୟୁ ହୋଇଗଲା।

ପି. ହରିପ୍ରସାଦଙ୍କ ମୃତ୍ୟୁ ପରେ ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ସିଟି ଓ ଜିଏସ୍‌ଟିର ଚଢ଼ାଉକୁ ସମାଲୋଚନା କରାଯାଇ ଆଜି ଅପରାହ୍ନ ୪ ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆସନ୍ତା କାଲି ଅର୍ଥାତ ୨ ନଭେମ୍ବର ଦିନ ଜୟପୂର ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ନ୍ୟୂ ବାସବି ସୁନା ଦୋକାନୀ ଠାରୁ ଏକ ରାଲି ବାହାରି ଜୟପୂର ଜିଏସଟି କାର୍ଯ୍ୟାଳୟ ଠାରେ ପହଞ୍ଚିବ ବୋଲି ଜୟପୁର ଚାମ୍ବର୍ ଅଫ୍ କମର୍ସର ସଭାପତି ପି. ପ୍ରଭାକର ରାଓ କହିଛନ୍ତି। ଜୟପୁର ସ୍ଥିତ ସିଟି ଓ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୟୁନିଟର ଅଫିସର ଅକ୍ଷୟ ମିଶ୍ର ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ବିଭାଗର ନିର୍ଦ୍ଦେଶରେ ହିଁ ଏହି ଚଢ଼ାଉ କରାଯାଇଥିଲା ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *