ସରକାର ନେଲେ ନିଷ୍ପତ୍ତି , ସୋମବାର ବନ୍ଦ ରହିବ ବିଦ୍ୟାଳୟ..
1 min readଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ । ତେବେ ଏହି ଅବସରରେ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମା’ ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ହେବା ନେଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ୮ରେ ମା’ ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ।
ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ଶ୍ରୀ ଶ୍ରୀ ବ୍ରହ୍ମ ପଣ୍ଡିତ ମହାସଭାରେ ଏଥିପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ସ୍ଥାନୀୟ ବ୍ରହ୍ମପୁରା ମନ୍ଦିରରେ ଅନୁଷ୍ଠିତ ବ୍ରହ୍ମ ପଣ୍ଡିତ ମହାସଭାର ପଣ୍ଡିତ ଓ ବିଦ୍ବାନଙ୍କ ଏକ ବୈଠକରେ ବିଷ୍ଣୁସହସ୍ର ନାମ ପାଠ ପରେ ଆସନ୍ତା ସେପ୍ଟେମ୍ବର ୮ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ରବିବାର ପୂର୍ବାହ୍ନ ୯ଟା ୧୨ ମିନିଟ୍ ରୁ ୯ ଟା ୨୭ ମଧ୍ୟରେ ତୁଳା ଲଗ୍ନରେ ସମ୍ବଲପୁରର ଆରାଦ୍ଧ୍ଯ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଦିନ ଓ ସମୟ ଧାର୍ଯ୍ଯ ହୋଇଛି।