Pratidin TV

Odisha's Digital News Platform

ସରକାର ଲଗାଇଲେ କଟକଣା , ୧୪ ବର୍ଷରୁ କମ୍ ପିଲା କରିପାରିବେନି ସୋସିଆଲ ମିଡ଼ିଆ ବ୍ୟବହାର

1 min read

ଲାଗିଲା କଟକଣା , ଏବେ ଛୋଟ ପିଲାଙ୍କୁ ମୋବାଇଲ , ଏବେ ୧୪ ବର୍ଷରୁ କମ ପିଲା କରିପାରିବେନି ସୋସିଆଲ ମିଡ଼ିଆ ର ବ୍ୟବହାର । ଆପେ ଆପେ ଡିଲିଟ ହୋଇଯିବ ଆକାଉଣ୍ଟ । ତେବେ ଆସନ୍ତୁ ଜାଣିବା ଏହି ନିୟମ କେବେଠାରୁ କାର୍ଯ୍ୟକାରୀ ହେବ । ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏହି ଆଇନକୁ ଅନୁମୋଦନ କରିଛନ୍ତି ।

ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ କାର୍ଯ୍ୟକାରୀ ହେବ । ନିୟମ ଅନୁଯାୟୀ, ୧୪ ରୁ ୧୫ବର୍ଷ ବୟସର ପିଲାମାନେ କେବଳ ସେମାନଙ୍କ ପିତାମାତା ଲିଖିତ ସମ୍ମତି ପ୍ରଦାନ କଲେ ହିଁ ଇନଷ୍ଟାଗ୍ରାମ ଏବଂ ସ୍ନାପଚାଟ ବ୍ୟବହାର କରିପାରିବେ । ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଡିଲିଟ୍ କରିବାକୁ ସୋସିଆଲ ମିଡ଼ିଆ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆଦେଶ ପାଳନ କରା ନ ଯାଏ ତେବେ ଜରିମାନା ଲାଗୁହେବ । ଆଇନ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବୟସ ଯାଞ୍ଚ ପରେ ୟୁଜରଙ୍କ ଆକାଉଣ୍ଟକୁ ସକ୍ରିୟ କରିବାକୁ କୁହାଯାଇଛି । ଯଦି କୌଣସି କମ୍ପାନୀ ୧୪ ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଡିଲିଟ୍ କରେ ନାହିଁ, ତେବେ ସଂପୃକ୍ତ ପିଲାଙ୍କୁ ୧୦ ହଜାର ଡଲାରର କ୍ଷତିପୂରଣ ଦେବାକୁ ପଡିବ । ଏହା ବ୍ୟତୀତ କମ୍ପାନୀକୁ ୫୦ହଜାର ଡଲାର ପର୍ଯ୍ୟନ୍ତ ଜରିମାନା ମଧ୍ୟ କରାଯାଇପାରେ ।

Advertisement

Leave a Reply

Your email address will not be published. Required fields are marked *