Pratidin TV

Odisha's Digital News Platform

ନିଟ ବିବାଦରେ ଆକ୍ସନ ମୋଡ଼ରେ ସରକାର ୨୪ ଘଣ୍ଟାରେ ନେଲା ୪ ବଡ ନିଷ୍ପତି

1 min read

ନିଟ ପେପର ଲିକ ଦୁର୍ନୀତି ମାମଲା ପାଇଁ କେନ୍ଦ୍ର ସରକାର ୨୪ ଘଣ୍ଟା ମଧ୍ୟରେହିଷ ବଡ଼ ନିଷ୍ପତି ନେଇଛନ୍ତି | ପ୍ରବେଶ ପରୀକ୍ଷାରେ ହୋଇଥିବା ଅନିୟମିତତା ପାଇଁ ସରକାର CBI ଯାଞ୍ଚ ଯାଞ୍ଚ ଭାର ଦେଇଛନ୍ତି | ଏହାପୂର୍ବରୁ କେନ୍ଦ୍ର ସରକାର ନେଇଛି ବହୁ ନିଷ୍ପତି |

ଆଜି ହେବାକୁ ଥିବା ନିଟ-ପିଜି ପ୍ରବେଶିକା ପରୀକ୍ଷାସ୍ଥଗିତ ରଖିଛି | କମ୍ପିଟେଟିଭ୍ ପରୀକ୍ଷାର ପେପର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ମେଡିକାଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏନଟିଏ ଦ୍ୱାରା ପରିଚାଳିତ ନିଟ୍-ପିଜି ପ୍ରବେଶିକା ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପାଇଁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହା ପୂର୍ବରୁ ୟୁଜିସି ନେଟ୍ ଓ ସିଏସଆଇଆର ନେଟ୍ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଥିଲା।

Advertisement

ଅନ୍ୟପଟେ ପେପର ଲିକ ବିବାଦକୁ ନେଇ ବିବାଦରେ ଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA)ର ମୁଖ୍ୟଙ୍କୁ ଆଜି ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର। ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ପ୍ରଦୀପ ସିଂହ ଖାରୋଲାଙ୍କୁ ଏନଟିଏର ମହାନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି।

ଏଥିସହିତ ପରୀକ୍ଷା ପରିଚାଳନାରେ ସୁଧାର ପାଇଁ ଇସ୍ରୋର ପୂର୍ବତନ ମୁଖ୍ୟ କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏକ ସାତ ଜଣିଆ କମିଟି ଗଠନ କରିବା ଆଦି ସାମିଲ୍‌ ରହିଛି ।

Leave a Reply

Your email address will not be published. Required fields are marked *