Pratidin TV

Odisha's Digital News Platform

ନିଟ ବିବାଦରେ ସରକାରଙ୍କ ବଡ ନିଷ୍ପତି….NTA ମୁଖ୍ୟ ସୁବୋଧ ବିଦା, ପୂର୍ବତନ ଆଇଏସ ଅଧିକାରୀ ପ୍ରଦୀପଙ୍କୁ ମିଳିଲା ଦାୟିତ୍ୱ

1 min read

ପ୍ରଶ୍ନପତ୍ର ଲିକ ମାମଲାରେ କେନ୍ଦ୍ର ସରକାରଙ୍କର ବଡ କାର୍ଯ୍ୟାନୁଷ୍ଠାନ | ସରକାର NTA ଡିଜି ସୁବୋଧ କୁମାର ସିଂଙ୍କୁ ହଟାଇଦେଇଛି | ତାଙ୍କ ସ୍ଥାନରେ ଅବସରପ୍ରାପ୍ତ IAS ଅଧିକାରୀ ପ୍ରଦୀପ କୁମାର ଖରୋଲିଙ୍କୁ NTA ଡିଜି ଭାବେ କରିଛି ନିଯୁକ୍ତି | ତେବେ ବର୍ତ୍ତମାନ ନିଟ ପ୍ରଶ୍ନପତ୍ର ଲିକ ଓ ୟୁଜିସି-ନେଟର ପରୀକ୍ଷାର ପେପର ଲିକ ମାମଲାକୁ ନେଇ NTA ଉପରେ ଲଗାତାର ପ୍ରଶ୍ନ ଉଠୁଛି | ଏହାସହ ସରକାର ଏହି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି |

ସୂଚନା ଅନୁଯାୟୀ, ନିଟ ଦୁର୍ନୀତି ମାମଲାରେ ନୀସନଲ ଟେଷ୍ଟିଂ ଏଜେନ୍ସି (NTA)ର ମୁଖ୍ୟଙ୍କୁ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର। ସୁବୋଧ କୁମାର ସିଂହ ଏନଟିଏର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ | ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ପ୍ରଦୀପ ସିଂହ ଖାରୋଲାଙ୍କୁ ଏନଟିଏର ମହାନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ପ୍ରଦୀପ ହେଉଛନ୍ତି ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ସେ ପୂର୍ବରୁ ଏକାଧିକ ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଏବେ ତାଙ୍କ ନେତୃତ୍ୱରେ ଏନଟିଏ କାମ କରିବ।

Advertisement

କିନ୍ତୁ ନିଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଓ ଏକାଧିକ ଜାତୀୟସ୍ତରର ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଜେନ୍ସିର ସ୍ଥାୟୀ ମହାନିର୍ଦ୍ଦେଶ ନିଯୁକ୍ତ ନ ହେବା ଯାଏ, ପ୍ରଦୀପ ଏହି ପଦରେ ରହିବେ ବୋଲି କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି।

Leave a Reply

Your email address will not be published. Required fields are marked *