Pratidin TV

Odisha's Digital News Platform

ବଦଳିଲେ ୯ ରାଜ୍ୟର ରାଜ୍ୟପାଳ ; ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଦେଲେ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ।

1 min read

ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ନଅ ରାଜ୍ୟରେ ନୂତନ ରାଜ୍ୟପାଳ ଏବଂ ପୁଡୁଚେରୀରେ ଜଣେ ନୂତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ରାଜ୍ୟପାଳ) ନିଯୁକ୍ତ କରିଛନ୍ତି।

ମହାରାଷ୍ଟ୍ରର ପୂର୍ବତନ ବିଧାନସଭା ବାଚସ୍ପତି ହରିବାଉ କିସାନ୍ରାଓ ବାଗଡେ ରାଜସ୍ଥାନର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିବାବେଳେ ତ୍ରିପୁରାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ଭର୍ମା ତେଲେଙ୍ଗାନାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି।ରାଷ୍ଟ୍ରପତି ପୂର୍ବତନ ରାଜ୍ୟସଭା ସାଂସଦ ଓମ୍ ପ୍ରକାଶ ମଥୁରଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।
ସେହିଭଳି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାନ୍ତୋଷ କୁମାର ଗାଙ୍ଗୱରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବାବେଳେ ଆସାମର ପୂର୍ବତନ ଲୋକସଭା ସାଂସଦ ରମେନ ଡେକାଙ୍କୁ ଛତିଶଗଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।ମେଘାଳୟର ରାଜ୍ୟପାଳ ଭାବେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ CH ବିଜୟଶଙ୍କରଙ୍କୁ ନିଯୁକ୍ତ କରାଯାଇଛି।

ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ଥିବା ସିପି ରାଧାକୃଷ୍ଣନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ କରାଯାଇଛି। ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କାଟାରିଆ ପଞ୍ଜାବର ରାଜ୍ୟପାଳ ତଥା ଚଣ୍ଡିଗଡ଼ର ୟୁନିଅନ ଟେରିଟୋରୀର ଆଡମିନିଷ୍ଟ୍ରେଟର ଭାବରେ ନିଯୁକ୍ତ ହୋଇଛନ୍ତି। ସେହିଭଳି ସିକ୍କିମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆସାମର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ଏବଂ ମଣିପୁରର ରାଜ୍ୟପାଳ ଭାବରେ ତାଙ୍କୁ ଅତିରିକ୍ତ ଦାୟିତ୍। ମଧ୍ୟ ଦିଆଯାଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ କେ କୌଲାଶନାଥନଙ୍କୁ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *