Pratidin TV

Odisha's Digital News Platform

(ଭିଡିଓ)ବରଫ ପାଲଟିଲା ଜଳପ୍ରପାତ : ଭାଇରାଲ ହେଉଛି ଏଭଳି ଅର୍ଭୁତ ଦୃଶ୍ୟର ଭିଡିଓ ଓ ଫଟୋ

1 min read

ନୂଆଦିଲ୍ଲୀ : ଭାଇରାଲ ହେଲା ଅର୍ଭୁତ ଦୃଶ୍ୟ ।ବରଫ ପାଲଟିଲା ନାଏଗ୍ରା ଜଳ ପ୍ରପାତ ପାଣି । ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି । ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ରିପୋର୍ଟ ଅନୁଯାୟୀ, ଦୁନିଆର ସବୁଠାରୁ ପ୍ରସିଦ୍ଧ ଜଳପ୍ରପାତ ଆଂଶିକ ଫ୍ରିଜ ହୋଇଛି, ତଥାପି ପ୍ରବାହିତ ଜଳ ମଧ୍ୟ ଏହା ସହିତ ଦୃଶ୍ୟମାନ ହେଉଛି, ଏହା ପ୍ରମାଣ କରେ ଯେ ଏହି ଜଳପ୍ରପାତ କେବେବି ସମ୍ପୂର୍ଣ୍ଣ ଫ୍ରିଜ ହୋଇ ନ ଥାଏ ।

Advertisement

ଆମେରିକାର ନ୍ୟୁୟର୍କ ଏବଂ କାନାଡାର ଅନଟାରିଓ ମଧ୍ୟରେ ସୀମାରେ ନାଏଗ୍ରା ଜଳ ପ୍ରପାତ ଅବସ୍ଥିତ । ବରଫ ଝଡ଼ ଯୋଗୁ ନ୍ୟୁୟର୍କ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ନ୍ୟୁୟର୍କରେ ଏପର୍ଯ୍ୟନ୍ତ ୨୮ ଜଣଙ୍କର ମୃତ୍ୟୁ ଘଟିଛି । ତାପମାତ୍ରା ଶୂନରୁ ତଳକୁ ଖସିଯିବାରୁ ନାଏଗ୍ରା ଜଳପ୍ରପାତର ପାଣି ବରଫରେ ପରିଣତ ହୋଇଛି । ଏପରିକି ପ୍ରବଳ ଥଣ୍ଡା ସମୟରେ ପର୍ଯ୍ୟଟକମାନେ ନାଏଗ୍ରାକୁ ଦେଖିବା ପାଇଁ ପହଞ୍ଚୁଛନ୍ତି । ସେମାନେ ସେଠାରୁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି । ଖ୍ରୀଷ୍ଟମାସ ସପ୍ତାହ ଶେଷରେ ପଶ୍ଚିମ ନ୍ୟୁୟର୍କରେ ଏକ ବରଫ ଝଡ଼ ସୃଷ୍ଟି ହୋଇଥିଲା । ଏହାକୁ ଅଧିକାରୀମାନେ ଶତାବ୍ଦୀର ବରଫ ଝଡ଼ ବୋଲି କହିଥିଲେ । ଏହି ଝଡ଼ ଯୋଗୁଁ ଆମେରିକା ଅଧିକ ପ୍ରଭାବିତ ହୋଇଥିଲା । ଦେଶର ଅନେକ ସ୍ଥାନରେ ଲକ୍ଷ ଲକ୍ଷ ଲୋକଙ୍କୁ ଲଗାତାର ବିଦ୍ୟୁତ କାଟ, ବିମାନ ଯାତ୍ରା ଏବଂ ସଡ଼କ ଯାତାୟାତରେ ବ୍ୟାଘାତ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ବରଫ ଝଡ଼ କାରଣରୁ ଦୁର୍ଘଟଣାରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *