Pratidin TV

Odisha's Digital News Platform

ରାତି ଅଧରେ ଆରମ୍ଭ ହୋଇଛି ଇରାନ ଓ ଇସ୍ରାଏଲର ମହାଯୁଦ୍ଧ 

1 min read

ବିଶ୍ୱ ଦେଖିପାରେ ବଡ ଯୁଦ୍ଧ | ମଧ୍ୟପ୍ରାଚ୍ୟରେ ଏବେ ଭୟଙ୍କର ସ୍ଥିତି | ଇସ୍ରାଏଲର ବଡ ଆକ୍ରମଣ ପରେ ଇରାନର ବଡ଼ ଆକ୍ରମଣ । କ୍ୟାମେରାରେ କଏଦ ହୋଇଛି ମିସାଇଲ ଆକ୍ରମଣ ଚିତ୍ର | ଗତକାଲି ରାତିରେ ଏକକାଳୀନ ୨00ରୁ ଉର୍ଦ୍ଧ୍ବ କ୍ଷପଣାସ୍ତ୍ର ମାଡ଼ କରି ଇସ୍ରାଇଲର ଏକାଧିକ ଅଞ୍ଚଳକୁ ଟାର୍ଗେଟ କରିଛି ଇରାନ ସେନା | ଇସ୍ରାଇଲର ବାୟୁରକ୍ଷା ପ୍ରଣାଳୀ ଆଇରନ ଡୋମ୍‌ କୁ ମଝି ଆକାଶରେ ଇଣ୍ଟରସେପ୍ଟ କରିଥିଲେ ସୁଦ୍ଧା କିଛି କ୍ଷପଣାସ୍ତ୍ର ଟାର୍ଗେଟ ହିଟ କରିବାରେ ସଫଳ ହୋଇଛି | ଭାରତୀୟ ସମୟ ହିସାବରେ ରାତି ପ୍ରାୟ ୧0ଟା ୩0ମିନିଟରେ ଏହି ଆକ୍ରମଣ ହୋଇଛି | ଇସ୍ରାଇଲର ସାମରିକ ପ୍ରତିଷ୍ଠାନ ଓ ସାଧାରଣ ଜନବସତିକୁ ଏଥିରେ ଟାର୍ଗେଟ କରାଯାଇଛି | କେତେକ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବହୁ ଲୋକ ଏଥିରେ ଫସି ରହିଛନ୍ତି | ତେବେ ଏହି ଆକ୍ରମଣରେ ମୃତାହାତ ନେଇ କୌଣସି ସୂଚନା ମିଳିପାରି ନାହିଁ ।

୧୦ ମିନିଟରେ ୪୦୦ରୁ ଅଧିକ ବାଲିଷ୍ଟିକ୍‌ ମିସାଇଲ ମାଡ । ଇସ୍ରାଏଲ ସହର ଉପରେ ୪୦୦ରୁ ଅଧିକ ମିସାଇଲ ମାଡ଼ କଲା ଇରାନ୍ । ୧୦୨ଟି ଅଞ୍ଚଳକୁ ଟାର୍ଗେଟ କରି ଏହି ମିସାଇଲ ମାଡ଼ କରାଯାଇଛି । ଇରାନର ଆକ୍ରମଣ ପରେ ଇସ୍ରାଏଲ ରାଷ୍ଟ୍ରପତିଙ୍କ ନିତ୍ୟାନାହୁ ଚେତାବନୀ ଦେଇ କହିଛନ୍ତି, ଇରାନ ବଡ ଭୁଲ କରିଛି ଏହାର ପରିଣାମ ଭୋଗିବାକୁ ପଡିବ ।

ଲେବାନନରେ ଗ୍ରାଉଣ୍ଡ ଆଟାକ ପରେ ଇସ୍ରାଏଲକୁ ଇରାନ ପକ୍ଷରୁ ସତର୍କ କରାଯାଇଥିଲା । ଏବେ ଏହି ଆକ୍ରମଣ ପରେ ମହାଯୁଦ୍ଧ ନେଇ ଆଶଙ୍କା ବଢ଼ିଛି । ଇସ୍ରାଏଲ ବିପକ୍ଷରେ ଏକାଠି ହେବାକୁ ଇରାନ ପକ୍ଷରୁ ସମସ୍ତ ମୁସଲିମ ଦେଶମାନଙ୍କୁ ଆହ୍ୱାନ କରାଯାଇଛି । ସେପଟେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି କରିଛି ଭାରତ । ଯୁଦ୍ଧ ଭୟ ଯୋଗୁଁ ଇରାନ, ଇରାକ, ଜୋର୍ଡାନ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *