ପ୍ରସେସନରେ ହେଲା ଗଣ୍ଡଗୋଳ….ବରଯାତ୍ରୀ ଜାଳିଦେଲେ କନ୍ୟା ପକ୍ଷର ଅଟୋ
1 min readକେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଇଁଥା ଗାଁରେ ଘଟିଛି ଅଭାବନୀୟ ଘଟଣା । ବରଯାତ୍ରୀଙ୍କ ଉନ୍ମତ କାଣ୍ଡ । ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବରଯାତ୍ରୀ ଜାଳିଦେଲେ କନ୍ୟା ପକ୍ଷ ଲୋକଙ୍କ ଅଟୋ । ଗାଁରେ ରହିଲେ ବର କନ୍ୟା ଅଟକ।
ସୂଚନା ମୁତାବକ ରାଜନଗର ଥାନା ଅନ୍ତର୍ଗତ ଯଦୁ ଚନ୍ଦ୍ରପୁର ଗାଁରୁ ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳ କଇଁଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ସହ ଗତକାଲି କଇଥା ଗାଁ ରେ ପହଞ୍ଚି ପ୍ରସେସନ କରିବା ସମୟରେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏହି ଗଣ୍ଡଗୋଳରେ ବରଯାତ୍ରୀମାନେ କନ୍ୟା ପକ୍ଷ ଅଟୋକୁ ଜାଳି ଦେଇଥିବାରୁ ଉତ୍ତେଜନା ତୀବ୍ର ହେବା ଫଳରେ କଇଥା ଗ୍ରାମବାସୀମାନେ ବରକୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ରାଜନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ କରି ନିଜ ମଧ୍ୟରେ ସମାଧାନ କରାଯିବ ସହ ଯେଉଁମାନେ ଅଟୋ ପୋଡ଼ିବାରେ ସମ୍ପୃକ୍ତ ଥିଲେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଅନ୍ୟପଟରେ ଗାଁ ଲୋକଙ୍କ ନିଜ ମଧ୍ୟରେ ସମାଧାନ ପରେ ବର କନ୍ୟା ବର ଘରକୁ ଫେରିଛନ୍ତି |