Pratidin TV

Odisha's Digital News Platform

ହାତଗଣ୍ଠି ନୁହେଁ ବର ହାତରେ ପଡ଼ିଲା ହାତକଡ଼ି , ଅଧା ରହିଗଲା ବାହାଘର ..

1 min read

ବାଜା, ରୋଷଣୀ, ତା ସାଙ୍ଗକୁ ଡିଜେରେ ଫାଟିପଡୁଥିଲା ଗାଁ ଦାଣ୍ଡ । ନାଚରେ ମସଗୁଲ ଥିଲେ ବରଯାତ୍ରୀଦଳ । କାରରେ ଠିଆ ହୋଇ ବର ବି ବରଯାତ୍ରୀ ଦଳଙ୍କୁ ଉତ୍ସାହିତ କରୁଥିଲା । କିଏ ଡିଜେର ତାଳେ ତାଳେ ପାଦ ମିଶାଉଥିଲା, ପୁଣି କିଏ ବର ସହ ସେଲଫି ଉଠାଉଥିଲା । ଯାଜଜମକରେ ବରଗଡ ଜିଲ୍ଲା ଭଟଲି ଥାନା ବେହେରା ପାଲି ଗାଁ ବିବାହ ଉତ୍ସବକୁ ନେଇ ମୁଖରିତ ଥିଲା । ସୁନ୍ଦରଗଡ ଜିଲ୍ଲା ବାମଡା ଗାଁରୁ ଆସିଥିଲା ବାରାତ୍ । ଗାଁ ମୁଣ୍ଡରୁ ହସଖୁସିରେ ବାଜା ରୋଷଣୀ ସହ କନ୍ୟା ଘର ଅଭିମୁଖେ ବାହାରିଥିଲା ବର ଶୋଭାଯାତ୍ରା । ହେଲେ ଏହି ହସଖୁସି ବେଶୀ ସମୟ ରହିଲା ନାହିଁ । ଅଧାବାଟରେ ପହଞ୍ଚିଗଲା ପୋଲିସ ।

ବର କୁ ଉଠାଇନେଲା ପୋଲିସ । କିଛି ସମୟ ଆଗରୁ ଡିଜେର ତାଳେ ତାଳେ ଗର୍ଜି ଉଠୁଥିବା ବରଯାତ୍ରୀ ପୁରାପୁରି ସ୍ତବ୍ଧ ହୋଇଯାଇଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଲିଛି ସୁନ୍ଦରଗଡ ଜିଲ୍ଲା ଧରୁଆଡିହିରେ । ପ୍ରେମିକାର ଏତଲା ଆଧାରରେ ବରକୁ ଉଠାଇ ନେଇଛି ପୁଲିସ । ସୂଚନା ଅନୁସାରେ, ସଲଙ୍ଗାବୁଡ଼ ଗାଁର ସଞ୍ଜୁ କେର୍କେଟାଙ୍କୁ ଭଲ ପାଉଥିଲେ ବାମଡ଼ା ଖୋଖୋପଡ଼ାର ବିଷ୍ଣୁ ପିଙ୍ଗ । ତେବେ ଉଭୟଙ୍କ ପ୍ରେମ ସମ୍ପର୍କର ସନ୍ତକ ହେଉଛି ତାଙ୍କର ଶିଶୁକନ୍ୟା । ଏହାସତ୍ୱେ ବିଷ୍ଣୁ, ସଂଜୁଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ । ବିବାହ ହେଉଥିବା ଖବର ପାଇ ଥାନାରେ ଏତଲା ଦେଇଥିଲେ ସଂଜୁ । ଆଉ ବିବାହ ପାଇଁ ବରଯାତ୍ରୀ ଯାଉଥିବା ବେଳେ ବିଷ୍ଣୁଙ୍କୁ ଅଧାବାଟରୁ ଉଠାଇ ନେଇଛି ପୁଲିସ । ବିଷ୍ଣୁଙ୍କ ସହ ସଜା ହୋଇଥିବା ବରଯାତ୍ରୀ କାର୍ ମଧ୍ୟ ଜବତ କରିଛି ପୁଲିସ । ତେବେ ବିଷ୍ଣୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *