Pratidin TV

Odisha's Digital News Platform

ସରକାରୀ କ୍ୱାଟର୍ସରୁ ରାଜସ୍ବ ସହାୟୀକା ସନ୍ଧ୍ୟାରାଣୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର …

କୋରାପୁଟ୍ ; ସରକାରୀ କୋଠା ବନ୍ଦ ଘର ଭିତରରୁ ଉଦ୍ଧାର ହେଲା ବୈପାରୀଗୁଡା ରାଜସ୍ବ ସହାୟୀକା ସନ୍ଧ୍ୟାରାଣୀଙ୍କ ଝୁଲନ୍ତା ମୃତ ଦେହ । ଦଶହରା ଛୁଟିରେ ବ୍ଲକର ସମସ୍ତ କର୍ମକର୍ତା ନିଜ ନିଜ ଘରକୁ ବୁଲିଯାଇ କିନ୍ତୁ ସନ୍ଧ୍ୟା ନିଜ କ୍ଵାଟର ଛାଡି ଗାଁ କୁ ମଧ୍ୟ ଯାଇନଥିଲେ । ତେବେ ଶୁକ୍ରବାର ଦଶହରା ଛୁଟି ସାରି କ୍ୱାଟର୍ସକୁ କର୍ମଚାରୀମାନେ ଫେରିଥିବା ବେଳେ ସନ୍ଧ୍ୟାଙ୍କ ରୁମରୁ ପଚା ଦୁର୍ଗନ୍ଧ ବାହାରିଥିଲା ।

ଏହାପରେ କର୍ମଚାରୀମାନେ ତୁରନ୍ତ ସନ୍ଧ୍ୟାଙ୍କୁ ଫୋନ ଲଗାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ତେଣୁ ବାଧ୍ୟ ହୋଇ କର୍ମଚାରୀମାନେ ସନ୍ଧ୍ୟାଙ୍କ ଘରକୁ ଫୋନ କରିଥିଲେ । କିନ୍ତୁ ସନ୍ଧ୍ୟା ଛୁଟିରେ ଘରକୁ ଯାଇନଥିବା କହିଥିଲେ ପରିବାର । ଏହା ପରେ ସେମାନେ ବୈପାରୀଗୁଡା ପୋଲିସକୁ ଖବର ଦେଇଥିଲେ । ବୈପାରୀଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧ୍ୟାଙ୍କ କ୍ୱାଟର୍ସର ତାଲା ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠେଇଥିବା ଜଣାପଡିଛି । ତେବେ ସନ୍ଧ୍ୟାଙ୍କ ଝୁଲନ୍ତା ମୃତଦେହଟି ସେଠାରେ ପ୍ରାୟ ୬ରୁ ୭ ଦିନ ହେବ ଝୁଲୁଥିବା ଅନୁମାନ କରିଛି ପୋଲିସ ।

ତେବେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ପର‌୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରିନି । ସନ୍ଧ୍ୟାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି ତାହା ତଦନ୍ତ କରୁଛି ବୈପାରୀଗୁଡା ପୋଲିସ । ସନ୍ଧ୍ୟାରାଣୀଙ୍କ ମୃତ୍ୟୁ ଘଟଣା ବୈପାରୀଗୁଡା ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ଏକମାତ୍ର ଝିଅକୁ ହରାଇ ଅନ୍ୟପଟେ ପରିବାର ମଧ୍ୟ ଧର୍ଯ୍ୟ ହରା ହୋଇପଡିଛି ।

Leave a Reply

Your email address will not be published. Required fields are marked *