Pratidin TV

Odisha's Digital News Platform

ଡ୍ୟୁଟି କରୁଥିଲେ ହୋମଗାର୍ଡ, ଚଢ଼ିଗଲା ଆଇରନ ଟ୍ରକ

1 min read

ଆଇରନ ଗାଡି ଓଭରଟେକିଙ୍ଗରୁ ଚାଲିଗଲା ଜଣେ ହୋମଗାର୍ଡଙ୍କ ଜୀବନ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପାରାଦ୍ଵୀପ ଦୋଛକି ନିକଟରେ। ଗତକାଲି ବିଳମ୍ବିତ ରାତ୍ରିରେ ଦୋଛକି ନିକଟରେ ଲକ୍ ଥାନା ର ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନ ଓ ତାଙ୍କ ସହିତ ଆଉ ତିନିଜଣ ହୋମଗାର୍ଡ ଡିଉଟିରେ ରହିଥିଲେ।

ଆଇରନ ଗାଡି ଗୁଡିକ ଧାଡିରେ ଯିବା ବଦଳରେ ଦୃତଗତିରେ ଡାହାଣ ପଟେ ଯିବା ଆସିବା କରୁଥିବାରୁ, ଏହାକୁ ରୋକିବା ପାଇଁ ଏମାନଙ୍କୁ ଡ୍ୟୁଟି ଦିଆଯାଇଥିଲା। ତେବେ ବିଳମ୍ବିତ ରାତ୍ରିରେ ଧାଡି ଭାଙ୍ଗି ଯାଉଥିବା ଗୋଟିଏ ଆଇରନ ଟ୍ରକକୁ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀ ଅଟକାଉଥିବା ବେଳେ, ଆଇରନ ଟ୍ରକ ଟି ରାଜେନ୍ଦ୍ରଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଟ୍ରକ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଯାହାକୁ ନେଇ ରାଜେନ୍ଦ୍ରଙ୍କ ପରିବାର ଓ ବାଲିଡିଆ ଗ୍ରାମବାସୀ ଦୋଛକି ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

ଚଣ୍ଡିଖଲ-ପାରାଦୀପ ଓ କଟକ-ପାରାଦୀପ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଂଖ୍ୟାରେ ଗାଡ଼ି ଜାମ ହୋଇ ରହିଛି।ରାଜେନ୍ଦ୍ରଙ୍କ ସହିତ ଥିବା ଅନ୍ୟ ତିନିଜଣ ହୋମଗାର୍ଡ, ଟ୍ରକ, ଡ୍ରାଇଭର ଓ ଟ୍ରକ ମାଲିକକୁ ଡାକିବା ଦାବିରେ ଅଡି ବସିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ପାରାଦୀପ ଡିଏସପିଙ୍କ ସମେତ ତିନୋଟି ଥାନାର ଆଇଆଇସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *