Pratidin TV

Odisha's Digital News Platform

ଇନଭର୍ଟରରୁ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଲା ଘର… ଚାଲିଗଲା ପରିବାରର ୪ ସଦସ୍ୟଙ୍କ ଜୀବନ

ରାତି ଅଧାରେ ରାଜଧାନୀ ଦିଲ୍ଲୀରେ ବିଲ୍ଡିଂରେ ଲାଗିଲା ନିଆଁ ଜଳିଗଲା ଗୋଟିଏ ପରିବାର ୪ ସଦସ୍ୟ | ଦିଲ୍ଲୀର ପ୍ରେମ ନଗର ଅଞ୍ଚଳରେ ଏପରି ଦୁଃଖଦ ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀସ୍ଥିତ ପ୍ରେମ ନଗର ଅଞ୍ଚଳରେ ବିଳମ୍ବିତ ରାତି ସାଢେ ୩ଟାରେ ଘରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁଇଟି ଦମକଳ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲା । ଏହି ଅଗ୍ନିକାଣ୍ଡରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଅଣନିଶ୍ବାସୀ ହୋଇ ସମସ୍ତେ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି ।

ମୃତକମାନେ ୪୮ ବର୍ଷୀୟ ହୀରା ସିଂହ, ପତ୍ନୀ ୪୬ ବର୍ଷୀୟା ନୀତୁ ସିଂହ ଓ ସେମାନଙ୍କ ଦୁଇ ପୁଅ ଅଛନ୍ତି । ଦୁଇ ପୁଅଙ୍କ ବୟସ ୨୦ ବର୍ଷରୁ ଅଧିକ ବୋଲି ଜଣାଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ପଡୋଶୀଙ୍କ କହିବା କଥା ଇନଭର୍ଟରରୁ ସର୍ଟସର୍କିଟ ହୋଇଛି । ଯେଉଁ ସ୍ଥାନରେ ଇନଭର୍ଟର ଥିଲା ସେଠାରେ ସୋଫା ରଖାଯାଇଥିଲା । ଇନଭର୍ଟରରୁ ନିଆଁ ବ୍ୟାପୀ ସୋଫା ଜଳିଯାଇଥିଲା । ସୋଫା କଭରରେ ନିଆଁ ଲାଗିବା ପରେ ସମଗ୍ର ଘର ଧୂଆଁମୟ ହୋଇଯାଇଥିଲା ।

ତେବେ ଇନଭର୍ଟରରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *