Pratidin TV

Odisha's Digital News Platform

ଆପେ ଆପେ ଜଳୁଛି ଘର , ଗୁଣିଗାରେଡି ସନ୍ଦେହରେ ଭୟରେ ପୂରା ବାରିକ ପରିବାର…..

1 min read

ଭଦ୍ରକ ; କଣ ସତରେ ଆଜିର ଆଧୁନିକ ସମାଜରେ ଏଭଳି ଅଜବ୍ ଗଜବ୍ ଘଟଣା ଘଟୁଛି । ଯାହା ପଛରେ ମଣିଷ ବିଜ୍ଞାନର କାରଣ ବି ଖୋଜି ପାଉନାହିଁ । ଶେଷରେ ଇଶ୍ୱର ଆଉ କଳାଶକ୍ତି ମଧ୍ୟରେ ଦ୍ୱନ୍ଦରେ ଛନ୍ଦି ହୋଇଯାଉଛି । ତେବେ ଏହି କଳାଯାଦୁ କେତେ ସତ ବା କେତେ ମିଛ ତାହା ଖୋଜି ପାଇବା କଷ୍ଟ । କିନ୍ତୁ ନିକଟରେ କିଛି ଏଭଳି ଅଦ୍ଭୁତ ଘଟଣା ଭଦ୍ରକର ବାରିକ ପରିବାର ସହ ଘଟିଛିା ଯାହାକୁ ଆଖିରେ ନଦେଖିଲେ ବି ବିଶ୍ୱାସ କରିହେବ ନାହିଁ । କେହି କିଛି ବୁଝିବା କି ଭାବିବା ଆଗରୁ ହୁ ହୁ ହୋଇ ଜଳିଉଠୁଛି ଘରର ଜିନିଷ ପତ୍ର ଆଉ ପୋଡି ନଷ୍ଟ ହୋଇଯାଉଛି। ବର୍ଣ୍ଣନା କରୁ କରୁ ମନର କୋହ ଆଖିର ଲୁହ ଆକାରରେ ବୋହି ଯାଉଛି। କଣ କରିବେ ନିରୁପାୟ ହୋଇ ଭଗବାନଙ୍କ ଆଶ୍ରିତ ହୋଇଛନ୍ତି ବାରିକ ପରିବାର ଲୋକେ।

ଏଭଳି ଘଟଣା ଦେଖିବାକୁ ମିଳିଛି ତିହିଡି ବ୍ଲକ ଅଧିନ ପାଳିଆବିନ୍ଧା ପଞ୍ଚାୟତ ପାଳିଆ ଗ୍ରାମରେ। ଏହି ଗ୍ରାମର ରୁକ୍ମଣୀ ବାରିକଙ୍କ ଘରେ ଗତ ସପ୍ତାହରୁ ଆପେ ଆପେ ନିଆଁ ଲାଗିଯାଉଛି। ହଠାତ କିଛି ନଥିବ କିନ୍ତୁ ଘରର ଜିନିଷପତ୍ର ପୋଡିବା ଆରମ୍ଭ କରୁଛି ଆଉ ସେଥିରୁ ଧୁଆଁ ମଧ୍ୟ ଵାହାରୁଛି । ଯେହେତୁ ରୁକ୍ମଣୀ ଙ୍କ ପରିବାର ବାରିକ କାର୍ଯ୍ୟ କରି ଚଳନ୍ତି ତେଣୁ ଯଜମାନ ଙ୍କ ଘରୁ ଆଣି ସଂଚୟ କରିଥିବା ଲୁଗା ମଧ୍ୟ ପୋଡ଼ିଯାଉଛି ଏମିତିକି ଘରର ଭିତରେ ଥିବା ଦରକାରୀ ଜିନିଷ ପତ୍ର ମଧ୍ୟ ପୋଡି ଯାଉଛି। ଘରର ତଳୁ ଧୁଆଁ ପୁରା ଚାଳ ପର୍ଯ୍ୟନ୍ତ ପାଉଛି ଗ୍ରାମଲୋକଙ୍କ ସହାୟତାରେ ନିଆକୁ ଲିଭାଉଛି, ଭାରି ଭୟ ଲାଗୁଛି ଆହୁରି ମଧ୍ୟ ଘର ଦ୍ୱାରରେ ପୂଜା ହୋଇଥିବା ଗୁଆ ଓ ପଇସା ମଧ୍ୟ ଦେଖିବାକୁ ମିଳିଛି ତେଣୁ କେହି ଗୁଣି ଗାରେଡି କରୁଛନ୍ତି ବୋଲି ମଧ୍ୟ କହିଛନ୍ତି ରୁକ୍ମଣୀ ବାରିକ ।

Advertisement

ଗ୍ରାମ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଏଭଳି ଦୃଶ୍ୟକୁ ଦେଖୀ । ଏପରିକି କାନ୍ଥ ଓ ଚାଳ ସଵୁଆଡେ ନିଆଁର ଝାସ ଦେଖା ଯାଉଛି। ଘରର ଆଲମାରୀ, ଷ୍ଟିଲ ଆଲଣା, ଖଟ, ଟେବୁଲ ଫ୍ୟାନ, ଡ୍ରେସ, ଲୁଗାପଟା, ଘରର ଆସଵପତ୍ର, ବାକ୍ସ , ତା ଭିତରେ ଥିବା ଟଙ୍କା ଓ ଅଳଙ୍କାର ସଵୁ ପୋଡି ଧୁଆଁ ବାହାରୁଛି। ପାଣି ପକାଇ ତାକୁ ଲିଭାଇ ଅର୍ଦ୍ଧ ଜଳା ଅଵସ୍ଥାରେ ପଡି ରହିଛି । ଚଳିବା ବହୁତ କଷ୍ଟ ସାଧ୍ୟ ହେଉଛି ଏମିତିକି ଗ୍ରାମବାସୀ ଙ୍କ ସହଯୋଗ ରେ ରୁକ୍ମଣୀ ଙ୍କ ପରିବାର ଚାଲିଛି ବୋଲି କହିଛନ୍ତି ଗ୍ରାମବାସୀ ସରୋଜ ନାୟକ ।

ତେବେ ଏଭଳି ଘଟଣା କୁ କେହି ଜଣେ ଗୁଣି ଗାରେଡି କରୁଛନ୍ତି ତଥା ନୂଆ କରି ଗୁଣି ଶିଖୁଥିବା କେହି ବ୍ୟକ୍ତି ଏଭଳି କରୁଥିବା ପରିଜନ ସନ୍ଦେହ କରୁଛନ୍ତି । ଆଉ ଶେଷରେ ଠାକୁରଙ୍କ ଶରଣ ପଶି ଭଜନ କୀର୍ତନ କରିବା ପରେ ତିନିଦିନ ହେବ ଏଭଳି ନାହିଁ ବୋଲି କହିଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା କୁ ନେଇ ସାରା ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ରୁକ୍ମଣୀ ଙ୍କ ପରିବାର ନା ଭଲସେ ଖାଇପାରୁଛନ୍ତି ନା ଭଲସେ ସୋଇପାରୁଛନ୍ତି । ସବୁବେଳେ ଭୟ ରେ ବଂଚୁଛନ୍ତି ରୁକ୍ମଣୀ ଙ୍କ ପରିବାର ଆଉ ମନରେ ସବୁବେଳେ ଡର ରହୁଛି ପୁଣି ଏବେ ଘରେ ନିଆଁ ଲାଗିବ କି ? ପୁଣି ଗଡ଼ରେଜ ଲୁଗା ଜଳିବ କି ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଛି । ସତରେ ରୁକ୍ମଣୀ ଙ୍କ ପରିବାର କୁ ସେହି ଜଗା ହିଁ ଭରସା ।

Leave a Reply

Your email address will not be published. Required fields are marked *