Pratidin TV

Odisha's Digital News Platform

ସଇତାନ ସାଜିଲା ସ୍ୱାମୀ ସ୍ତ୍ରୀକୁ ହତ୍ୟାକରୀ ଚିଙ୍ଗୁଡ଼ି ପୋଖରୀରେ ଫିଙ୍ଗିଦେଲା ..

1 min read

ସ୍ନେହ , ପ୍ରେମ ଓ ଆଦରରେ ବନ୍ଧା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ଏହି ପବିତ୍ର ବନ୍ଧନ ପାଇଁ ସମର୍ପଣ ଭାବ ନିହାତି ରହିବା ଆବଶ୍ୟକ । ଯେଉଁଠି ଜଣେ କିଛି କହିବା ଆଗରୁ ଅନ୍ୟ ଜଣକ ତା’ର ଭାବନା ବୁଝିଯାଏ । ସମ୍ପର୍କ ସେତେବେଳେ ମଜଭୁତ ହୁଏ, ଯେତେବେଳେ ସମ୍ପର୍କରେ ସ୍ୱାର୍ଥ ନଥାଏ ଆଉ ଜଣେ ଜଣଙ୍କ ପ୍ରତି ଆଦର ଓ ସମ୍ମାନ ଭାବ ରଖିଥାଏ । ହେଲେ ଆଜିକାଲିକା ଭେଜାଲ ଦୁନିଆରେ ଏ ସମ୍ପର୍କ ମଧ୍ୟ ଭେଜାଲ ହୋଇଗଲାଣି । ଟିକିଏ ମନାନ୍ତରରେ ମାରଧର ଠାରୁ ଆରମ୍ଭ କରି କଥା ବିଚ୍ଛେଦ ଯାଏ ପହଞ୍ଚିଯାଉଛି । କେବଳ ଏତିକି ନୁହେଁ ଟିକିଏ ରାଗ ପାଇଁ ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଯାଉଛି କଥା ।

ନିକଟରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି । ସ୍ତ୍ରୀ ସହିତ ଝଗଡା ରୁ ସ୍ୱାମୀ ସ୍ତ୍ରୀର ଜୀବନ ନେଇଯାଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ମଣପଡ଼ା ପଞ୍ଚାୟତର ମଢ଼ପଦା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।ମୃତକ ଜଣକ ହେଲେ ପ୍ରମିଳା ବେହେରା ହତ୍ୟା ଅଭିଯୋଗରେ ସ୍ୱାମୀ ପରିକ୍ଷିତ ବେହେରା କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ଘଟଣା ଅନୁସାରେ ଆଜି ସକାଳୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏଥିରେ ସ୍ୱାମୀ ଉତଖିପତ୍ ହୋଇ ମାଡ଼ ମାରିବା ସହିତ ତାକୁ ମାରି ଗ୍ରାମ ନିକଟରେ ଥିବା ନିଜର ଚିଙ୍ଗୁଡ଼ି ପୋଖରିରେ ଫିଙ୍ଗିଦେଇଥିଲା। ଗ୍ରାମର କିଛି ବ୍ୟକ୍ତି ସକାଳୁ ସେହି ରାସ୍ତା ଦେଇ ଯିବା ସମୟରେ ପୋଖରୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଫଳରେ ବ୍ରହ୍ମଗିରି ପୁଲିସ ଓ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳ ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି ।

Advertisement

Leave a Reply

Your email address will not be published. Required fields are marked *