Pratidin TV

Odisha's Digital News Platform

(ଭିଡିଓ ) ବଗି ତଳେ ନାହିଁ ଆଉ ମୃତଦେହ,୧୩ଜଣ ମୃତକଙ୍କ ଭିତରୁ ମିଳିଲା ୧୧ଜଣଙ୍କ ପରିଚୟ..

1 min read

ଗତକାଲି ଘଟି ଯାଇଥିବା ଟ୍ରେନ ଟ୍ରାଜିଡ ଲୋକଙ୍କ ଆଖିରୁ ପୁଣି ନିଦ ହଜାଇ ଦେଇଛି । ଆଉ ଦିନ ପରେ ବାହାନାଗା ରେଳ ଦୁର୍ଘଟଣାକୁ ପୁରିଥାନ୍ତା ୫ମାସ । ହେଲେ ତା ପୂର୍ବରୁ ପୁଣି ଘଟିଲା ଆଉ ଏକ ବଡ ରେଳ ଦୁର୍ଘଟଣା । ଏଥର କିନ୍ତୁ ଓଡିଶା ନୁହେଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଘଟିଛି ଏହି ଭୟଙ୍କର ମର୍ମନ୍ତୁଦ ରେଳ ଦୁର୍ଘଟଣା । ତେବେ ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ବର୍ତ୍ତମାନ ସୁଧା ପରିଚୟ ମିଳିଛି ।

ଅଧିକ ପଢନ୍ତୁ ,ଟ୍ରେନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ମିଳିବ ସହାୟତା ରାଶି..

Advertisement

ସେମାନଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୨ଜଣ ମହିଳା ଥିବା ଜଣାପଡ଼ିଛି । ସମସ୍ତ ମୃତକଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି କୁହାଯାଇଛି । ଏବେ ବି ୨ ଜଣଙ୍କର ପରିଚୟ ମିଳି ପାରି ନାହିଁ । ତେବେ ମୃତକ ମଧ୍ୟରେ କେହି ଓଡ଼ିଶାର ନଥିବା ସୂଚନା ଦେଇଛନ୍ତି ବିଜୟନଗରମ ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ । ସେପଟେ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛି ରେଳ ବିଭାଗ । ଗୁରୁତର ଆହତ ଯାତ୍ରୀଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ଦିଆଯିବ । ଟୁଇଟ କରି ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅନ୍ୟ ୨ ମୃତକଙ୍କ ପରିଚୟର ଖୋଜୁଛି ରେଳ ବିଭାଗ ।

Leave a Reply

Your email address will not be published. Required fields are marked *