Pratidin TV

Odisha's Digital News Platform

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଘଟଣା , IIC ଙ୍କ ସହ ୫ ଅଧିକାରୀ ସସପେଣ୍ଡ ।

1 min read

ରାଜଧାନୀରେ ଚାଞ୍ଚଲ୍ୟ , ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀକୁ ଭରତପୁର ଥାନାରେ ନିର୍ଯାତନା । ଏନେଇ ଆଜି ପୋଲିସ ଡିଜି ୱାଇ.ବି. ଖୁରାନିଆ ବଡ ଆକ୍ସନ ନେଇଛନ୍ତି । ଭରତପୁର ଥାନାର ୫ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । ସେମାନେ ହେଲେ ଭରତପୁର ଥାନାର ପୂର୍ବତନ IIC ଦିନକୃଷ୍ଣ ମିଶ୍ର , SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ , ସାଗରିକା ରଥ ଏବଂ କନଷ୍ଟେବଲ ବଳରାମ ହାଁସଦା ଙ୍କୁ ଆଜି ସସପେଣ୍ଡ କରାଯାଇଛି ।

ଅଭିଯୋଗ ଅନୁସାରେ, ଗତ ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ପୋଲିସମାନେ ନିର୍ଯାତନା ଦେଇଥିଲେ । ଏପରିକି ମେଜର ଗୁରୁବଂଶ ସିଂଙ୍କୁ ଲକ୍ଅପରେ ରାତିତମାମ ରଖିବା ବେଳେ ଏହାସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ଼ ମାରିବା ସହ ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଭରତପୁର ଥାନାର ତତ୍କାଳୀନ ଆଇଆଇସି ମେଜରଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

ତେବେ ଗତକାଲି ଭରତପୁର ଥାନାର IIC, ଜଣେ ASI ଓ କନଷ୍ଟେବଲଙ୍କୁ ବଦଳି କରାଯାଇଥିଲା। ଆଜି IIC ସମେତ ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି।

Leave a Reply

Your email address will not be published. Required fields are marked *