Pratidin TV

Odisha's Digital News Platform

ଶତ୍ରୁଙ୍କୁ କଡା ଜବାବ ଦେବ ଭାରତୀୟ ନୌସେନା; ସମୁଦ୍ରରେ ବଳ ବଢାଇବ ଆଇଏନଏସ ତୁଶିଳ

1 min read

ଶକ୍ତିଶାଳୀ ହେବ ଭାରତୀୟ ନୌସେନା | ସମୁଦ୍ରରେ ବଢ଼ିବ ବଳ | ଶତୃମାନଙ୍କୁ କଡା ଜବାବ ଦେବାକୁ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଆଇଏନଏସ ତୁଶିଳ। ଡିସେମ୍ବର ୯ ତାରିଖରେ ଋଷିଆରେ ତିଆରି ଗାଇଡେଡ-ମିସାଇଲ ଫ୍ରିଗେଟ ଆଇଏନଏସ ତୁଶିଳକୁ ଏହାକୁ ଗ୍ରହଣ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତ କରି ଏହାକୁ ନିଜେ ଗ୍ରହଣ କରିବେ |

ସୂଚନା ଅନୁସାରେ, ଭାରତୀୟ ନୌସେନା ପାଇଁ ଋଷ ୪ଟି ଅତ୍ୟାଧୁନିକ ଫ୍ରିଗେଟ ନିର୍ମାଣ କରୁଛି। କୋରୋନା ଓ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଏହି ପ୍ରୋଜେକ୍ଟ କରିବାରେ ବିଳମ୍ବ ହୋଇଥିଲା | ତେବେ ଏହା ନିର୍ମାଣ ହୋଇସାରିଛି | ରାଜନାଥ ସିଂହ ଋଷ ଗସ୍ତ କରିବା ପରେ ଡିସେମ୍ବରରେ ୯ ତାରିଖରେ ପ୍ରଥମ ସିପ ଡେଲିଭରି ହେବ। ତେବେ ମୂଳ କଥା ହେଉଁସିଭି ଭାରତୀୟ ନୌସେନା ଶକ୍ତିଶାଳୀ ହେବାରେ ସାହାଯ୍ୟ କରିବ ଆଇଏନଏସ ତୁଶିଳ | ଏହା ସାମିଲ ହେବ ଯୋଗୁଁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ଶକ୍ତି ବଢିବ।

Advertisement

ଆଇଏନଏସ ତୁଶିଳର ବଶେଷତ୍ବ-

ଏହି ଜାହାଜର ନମ୍ର ଅର୍ଥ ହେଉଛି ‘ରକ୍ଷକ’ | ଏହାର ଡିଜାଇନ ଏବଂ ଅସ୍ତ୍ର ଭାରତୀୟ ନୌସେନାର ବଳ ବଢାଇବ। ଏହି ଯୁଦ୍ଧ ଜାହାଜ ଡିସପ୍ଲେସମେଣ୍ଟ ୩୮୫୦ ଟନ । ହାର ଲମ୍ବ ୪୦୯.୫ ଫୁଟ । ବିମ ୪୯.୧୦ ଫୁଟ । ସମୁଦ୍ରରେ ଏହା ୫ ଘଣ୍ଟା ପ୍ରତି ୫୯ କିଲୋମିଟର ଗତିରେ ଚାଲିବ । ଯୁଦ୍ଧ ଜାହାଜ ସମୁଦ୍ରରେ ୧୮ ଅଧିକାରୀଙ୍କ ସମେତ ୧୮୦ ସୈନିକଙ୍କୁ ନେଇ ୩୦ ଦିନ ଯାଏ ଚାଲିବ ।

Leave a Reply

Your email address will not be published. Required fields are marked *