Pratidin TV

Odisha's Digital News Platform

ମିଳିଳା ଅପହୃତ ଯବାନଙ୍କ କ୍ଷତବିକ୍ଷତ ଶରୀର , ବାଜିଛି ଏକାଧିକ ଗୁଳି …

1 min read

ମଙ୍ଗଳବାର ଜମ୍ମୁ କଶ୍ମୀରର ଅନ୍ତନାଗର ଜଙ୍ଗଲରୁ ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ। ତେବେ ଦୁଇଜଣ ଯବାନଙ୍କ ମଧ୍ୟରୁ ଜଣେ ଯବାନ ଆତଙ୍କୀଙ୍କୁ ଚକମା ଦେଇ ଖସିଆସିଥିବାବେଳେ ଆଜି ପଥରୀବଲ ଜଙ୍ଗଲରୁ ଅନ୍ୟ ଜଣେ ଯବାନ ହିଲାଲ ଅହମ୍ମଦ ଭଟଙ୍କ କ୍ଷତବିକ୍ଷତ ମୃତ ଶରୀର ଉଦ୍ଧାର କରାଯାଇଛି । ତାଙ୍କ ଶରୀରରେ ଏକାଧିକ ଗୁଳିମାଡ଼ ସହ କ୍ଷତଚିହ୍ନ ରହିଛି। ଆତଙ୍କବାଦୀମାନେ ତାଙ୍କ ନୃଶଂସ ଭାବେ ହତ୍ୟା କରିଥିବା କୁହାଯାଉଛି।

ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଟ୍ରାକ୍ କରିବା ପାଇଁ ସେନା ଏବଂ ଜାମ୍ମୁ କାଶ୍ମୀର ଦ୍ୱାରା ଏକ ବିଶାଳ ଅପରେସନ୍ ଆରମ୍ଭ କରାଯାଇଛି।”ଗୁପ୍ତଚର ଇନପୁଟକୁ ଆଧାର କରି ଅକ୍ଟୋବର 8 ରେ ଜାକମୁ କାଶ୍ମୀର ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ସହିତ କୋକର୍ନାଗର କାଜୱାନ ଜଙ୍ଗଲରେ ଭାରତୀୟ ସେନା ଦ୍ୱାରା ମିଳିତ ଆତଙ୍କବାଦୀ ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା। , “ଭାରତୀୟ ସେନାର ଶ୍ରୀନଗର ସ୍ଥିତ ଚିନାର କୋର ଏକ ପୋଷ୍ଟରେ କହିଛନ୍ତି।

Advertisement

ଏହାପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିଲେ।

ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ଦୋଡା ଜିଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ  ଚାରିଜଣ ସେନା କର୍ମଚାରୀ ଏବଂ ଜଣେ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ । ଏହି ଆକ୍ରମଣକୁ ପାକିସ୍ତାନ ସମର୍ଥିତ ଜୈଶ-ଏ-ମହମ୍ମଦ (ଜେଏମ) ର ଏକ ପ୍ରକ୍ସି ଗୋଷ୍ଠୀ ‘କାଶ୍ମୀର ଟାଇଗର’ ଦାବି କରିଛି।

Leave a Reply

Your email address will not be published. Required fields are marked *