Pratidin TV

Odisha's Digital News Platform

ଆଜି ଖୋଲିବ ଭିତର ରତ୍ନଭଣ୍ଡାର,ସକାଳ ୮ଟା ପରେ ଭକ୍ତଙ୍କୁ ଶ୍ରୀମନ୍ଦିର  ପ୍ରବେଶ ମନା

1 min read

ଆଜି ପୁଣି ଖୋଲିବ ଭିତର ରତ୍ନଭଣ୍ଡାର | ଏଥିପାଇଁ ସକାଳ ୮ଟାରେ ଭକ୍ତଙ୍କୁ ଶ୍ରୀମନ୍ଦିର ବାରଣ କରିଦିଆଯାଇଛି | ସକାଳ ୯ଟା ୫୧ ରୁ ୧୨ ଟା ୧୫ ପର୍ଯ୍ୟନ୍ତ ରହିଛି ଶୁଭବେଳା | ସମମୟ ସସିମା ମଧ୍ୟରେ ୧୧ ଜଣିଆ ସଦସ୍ୟ ଭଣ୍ଡାର ଘରକୁ ପ୍ରବେଶ କରିବେ । କମିଟି ସହ, ସ୍ନେକ ହେଲ୍ପଲାଇନ ସଦସ୍ୟ, ଓଡ୍ରାଫ ଟିମ, ଏନଡିଆରଏଫ ଟିମ ସହ ଯାହା ବି ସରଞ୍ଜାମ ଆବଶ୍ୟକ ରହିଛି, ତାହାକୁ ଭିତରକୁ ନିଆଯିବ।

ଆଜି ଖୋଲାଯିବ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର। ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ।। ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା | ଗତ ୧୪ ତାରିଖ ଦିନ ବାହାର ରତ୍ନଭଣ୍ଡାରର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ଭିତର ଭଣ୍ଡାର ଖୋଲାଯିବ। | SOP ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିବେ।

Advertisement

ତେବେ କୌଣସି କମିଟି ସଦସ୍ୟ ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧିତା’ ଭିତରକୁ ଯିବେ ନାହିଁ। ଭଣ୍ତାର ଘର ଖୋଲିବା ପରେ ସମସ୍ତ ରତ୍ନ ଅଳଙ୍କାର ଗୁଡିକୁ ସ୍ଥାନାନ୍ତର ପ୍ରକ୍ରିୟାର ବିଧିବଦ୍ଧ ଫଟୋ ଏବଂ ଭିଡିଓଗ୍ରାଫି କରାଯିବ। ଭଣ୍ଡାର ଘର କାନ୍ଥକୁ ଲାଗିକରି ଆଲମିରା ଏବଂ ସିନ୍ଦୂକ ରହିଥିବା ବେଳେ ସେଗୁଡିକରେ ଥିବା ମୂଲ୍ୟବାନ ରତ୍ନ ଏବଂ ଅଳଙ୍କାର ଗୁଡିକୁ ନୂତନ ସିନ୍ଦୂକକୁ ସ୍ଥାନାନ୍ତର କରାଯାଇ ରଖାଯିବ। ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ପରେ ଏଏସଆଇ ଓ ବୈଷୟିକ ଟିମ୍ ଦ୍ବାରା ଭଣ୍ତାର ଗୃହ ଯାଞ୍ଚ ଶେଷ କରି ପୁନର୍ବାର ତାକୁ ବନ୍ଦ କରିଦିଆଯିବ।

ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ୍ କରାଯିବ ଏବଂ ଚାବିକୁ ପୁଣି ଟ୍ରେଜେରୀରେ ରଖାଯିବ। ଏହା ପରେ ଯାଇ ରତ୍ନଭଣ୍ଡାର ମରାମତି ଆରମ୍ଭ କରିବ ASI।ତେବେ ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବନି। ସିଂହଦ୍ୱାରକୁ ଛାଡ଼ି ବାକି ୩ ଦ୍ୱାର ବନ୍ଦ ରହିବ। କେବଳ ଅଧିକୃତ ସେବକମାନଙ୍କୁ ଛଡ଼ାଯିବ।

Leave a Reply

Your email address will not be published. Required fields are marked *