Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ୍ ,ଚାପିହୋଇ ଆଖିବୁଜିଲା ଡ୍ରାଇଭର …

କେନ୍ଦୁଝର ; ସକାଳୁ ସକାଳୁ ୨ ଟି ଭୟଙ୍କର ଦୁର୍ଘଟଣା । ବାଲେଶ୍ୱର ଜିଲ୍ଲାରେ ୨ ଟ୍ରକ୍ ପିଟା ପିଟି ପରେ ୪୦ ଫୁଟ୍ ତଳକୁ ଖସିପଡିଥିବା ବେଳେ ଅନ୍ୟପଟେ କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା ।

ସୂଚନା ଅନୁଯାୟୀ ଏକ ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝର ରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଘସିପୁରା ଥାନା ସୁଡ଼ୁସୁଡିଆ ଓଭର ବ୍ରିଜ୍ ସରଭିସ ରୋଡ଼ ଗୁଞ୍ଜନ ହୋଟେଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିପଡିଛି ଲୁହାପଥର ବୋଝେଇ ଟ୍ରକ । ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଜଣଙ୍କ ଚାପିହୋଇ ମୃତବରଣ କରିଥିବା ଜଣାପଡିଛି । ସୂଚନା ପାଇଁ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରୀ କରିଛି ।

Leave a Reply

Your email address will not be published. Required fields are marked *