Pratidin TV

Odisha's Digital News Platform

ଅଯୋଧ୍ୟା ଯାତ୍ରା ହେଲା ଜୀବନର ଶେଷ ଯାତ୍ରା , ରାମଲଲାଙ୍କ ଦର୍ଶନ କରି ଫେରିବା ବେଳେ ଚାଲିଗଲା ପ୍ରାଣ ।

1 min read

ପରଜଙ୍ଗ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବା ପରଠାରୁ ସେଠାକୁ ଓଡ଼ିଆ ଙ୍କ ସୁଅ ଛୁଟୁଛି । ସେହିଭଳି ଜଣେ ଓଡ଼ିଆ ଡ୍ରାଇଭର ନିଜ ସାଙ୍ଗମାନଙ୍କ ସହ ଅଯୋଧ୍ୟା ବୁଲିବାକୁ ଯାଇଥିଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଂଚାୟତ କାଦପଡା ଗାଁ ର ବଳରାମ ବେହେରା । ବଳରାମ ପେସା ରେ ଜଣେ ଡ୍ରାଇଭର ଅଟନ୍ତି ସେ ଅନୁଗୁଳ ଜିଲ୍ଲା ଭରତପୁର ଅଂଚଳ ରେ ଏକ ଘରୋଇ ସଂସ୍ଥା ରେ ଡ୍ରାଇଭ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ ।

ତେବେ ଗତ ୧୧ଏପ୍ରିଲ ରେ ସେ ଅନୁଗୁଳ ର କିଛି ସାଙ୍ଗମାନଙ୍କ ସହ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । କିନ୍ତୁ ସେଠାରୁ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଖବର ପାଇଥିଲେ । ୧୭ ତାରିଖ ସକାଳେ ଫୋନ ଯୋଗେ ପରିବାର ତାଙ୍କ ମୃତ୍ୟୁ ଖବର ପାଇଥିଲେ । ଏ ନେଇ ତାଙ୍କ ପରିବାର ଲୋକ ଗାଁ କୁ ମର ଶରୀର ଆଣିବାକୁ ପାଖରେ ଅର୍ଥ ନଥିବାରୁ ସଂଭବ ହୋଇନଥିଲା ।

Advertisement

ତେବେ ସେଠାରୁ ଶବ କିପରି ଆସିବ ଆଉ ତାଙ୍କ ଶେଷ ଦର୍ଶନ ଟିକେ ପାଇଁ ତାଙ୍କର କୁନି କୁନି ୨ ଝିଅ ଓ ସ୍ତ୍ରୀ ଚାହିଁ ରହିଥିଲେ ।ଏନେଇ ସେମାନେ ତାଙ୍କ ସମ୍ପର୍କୀୟ ଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଯୋଗ ଲୋଡ଼ିଥିଲେ ।କେନ୍ଦ୍ରମନ୍ତ୍ରୀ ଖବର ପାଇବା କ୍ଷଣି ଶବ ଗାଁ ରେ ପହଂଚିବା ନେଇ ସମସ୍ତ ବ୍ୟବସ୍ଥା କରିଥିଲେ । ଗତ ୧୯ ତାରିଖ ରାତି ପ୍ରାୟ ୧.୩୦ରେ କେନ୍ଦ୍ରମନ୍ତ୍ରୀ ଙ୍କ ସହଯୋଗ ରେ ଗାଁ ରେ ପହଞ୍ଚିଥିଲା ବଳରାମ ଙ୍କ ମରଶରୀର ।ତେବେ ବଳରାମ ଙ୍କ ୨ ନାବାଳିକା ଝିଅ ସୁଚରିତା , ଶୁଭସ୍ମିତା ତାଙ୍କ ବାପା ଙ୍କ ଶେଷ ଦର୍ଶନ କରିଥିବା ବେଳେ ତାଙ୍କ ପତ୍ନୀ ସୁକାନ୍ତି ମଧ୍ୟ ନିଜ ସ୍ୱାମୀ ଙ୍କ ଶେଷ ଦର୍ଶନ କରିଥିଲେ ।

ଏହାପରେ ଗାଁ ସ୍ମଶାନ ରେ ତାଙ୍କର ଶେଷକୃତ ସମ୍ପୂର୍ଣ ହୋଇଥିଲା । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହଯୋଗ ରେ ବଳରାମ ଙ୍କ ମର ଶରୀର ଗାଁ ରେ ପହଂଚିବା ନେଇ ତାଙ୍କ ପରିବାର ସହ ଗ୍ରାମବାସୀ ମଧ୍ୟ ତାଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ।ଏହା ସହ ୨ ନାବାଳିକା ଝିଅ ଙ୍କ ପାଠ ପଢା ସହ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ କରିବାକୁ ଦାବି ଜଣାଇଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *