Pratidin TV

Odisha's Digital News Platform

ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପୋଲିସ ପଛେ ପଛେ ବୁଲୁଥିଲା ହତ୍ୟାକାରୀ

ଚୋର ମୁଁହ ଟାଣ କଥା ଟା ତ ଆପଣ ସମସ୍ତେ ଶୁଣିଥିବେ | ଅର୍ଥାତ ଯିଏ ଭୁଲ କରିଥାଏ ସେହି କିଛି ନଜାଣିବାର ଅଭିନୟ କରି ବେଶୀ ଭଦ୍ର ଲୋକି ଦେଖେଇଥାଏ | ଏଠି ମଧ୍ୟ କଥାଟା ଟିକେ ସେମିତି |ତେବେ ଘଟଣାଟି ହେଉଛି ବାଙ୍କୀ ବାରଙ୍ଗର ସେହି ବହୁ ଚର୍ଚ୍ଚିତ ଉର୍ମିଳା ବିଶ୍ୱାଳ ହତ୍ୟାକାଣ୍ଡର ଘଟଣା ଦିନର, ଯାହା ଖବର ସଂଗ୍ରହ ବେଳେ କଏଦ ହୋଇଥିଲା କ୍ୟାମେରାରେ | ଘଟଣା କ୍ରମେ ମହିଳାଙ୍କୁ ଜଣେ ଦୁର୍ବୁର୍ତ୍ତ ପଥରେ ଛେଚି ହତ୍ୟା କରି ବାରିପଟେ ପକେଇଦେଇଥିଲା ଏବଂ ଏହାର ତଦନ୍ତ କରିବା ସହ ପ୍ରକୃତ ଅଭିଯୁକ୍ତଙ୍କୁ ସନ୍ଧାନୀ କୁକୁର ସହ ଖୋଜୁଥିଲା ବାରଙ୍ଗ ପୋଲିସ |

ତେବେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଏହି ସନ୍ଧାନୀ କୁକୁର ଓ ପୋଲିସଙ୍କ ସହ ଅଭିଯୁକ୍ତକୁ ଖୋଜୁଥିଲା ନିଜେ ଆସାମୀ | ଜାଣିଲେ ଲାଗିବ ଆଶ୍ଚର୍ଯ୍ୟ | ସେ ହେଉଛନ୍ତି ସେଇ ମହାପୁରୁଷ ଜଣଙ୍କ ଯିଏ ଏଠି ଭଦ୍ରଲୋକୀ ସାଜି ନିଜେ ଘଟଣା ସମ୍ପର୍କରେ ବୁଲି ବୁଲି ବୁଝୁଥିଲେ | କିନ୍ତୁ କଥାରେ ଅଛି ପରା ଚୋର ଯେତେବି ଚାଲାକ ହେଉ ନା କାହିଁକି କାନୁନ ହାତରୁ ଖସିବା କଷ୍ଟକର | ତେଣୁ ଏବେ ପୋଲିସ ହାତରେ ଧରା ପଡିସାରିଛନ୍ତି ଏଇ ଅତି ଚତୁରତାର ସହ ହତ୍ୟାକାଣ୍ଡ ଘଟଇଥିବା ଏହି ଆସାମୀ ମନୋଜ ମହାରଣା | ଏବଂ ଏ ସମ୍ବନ୍ଧ ରେ ପୋଲିସ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ହତ୍ୟାକାଣ୍ଡ ସମ୍ବନ୍ଧୀତ ସମସ୍ତ ବିବୃତି ରଖିସାରିଛି | ହେଲେ ଯେତେବେଳେ ଆସାମୀର ଏହି ଦୃଶ୍ୟ ଆମ ନଜର କୁ ଆସିଥିଲା ତ ତାକୁ ଆମେ ଆପଣଙ୍କ ସମ୍ମୁଖକୁ ଆଣିବାକୁ ଚାହିଁଥିଲୁ | ଯେ କିପରି ଜଣେ ନିର୍ମମ ହତ୍ୟାକାରୀ ହତ୍ୟାକାଣ୍ଡ କାଣ୍ଡ ଘଟାଇ ବେଫିକର ରେ ସମସ୍ତଙ୍କ ଆଖିରେ ଧୂଳିଦେଇ ନିଜେ ଘଟଣା ସ୍ଥଳ ରେ ଭଦ୍ରଲୋକ ସାଜିଛି |

ଏ ହେଉଛି ଆଜିର ମଣିଷ ର ବାସ୍ତବ ରୂପ, ସେଥିପାଇଁ ତ କୁହାଯାଏ ନର ମାୟା ନାରାୟଣଙ୍କୁ ଅଗୋଚର | ଆଜିର ସମୟରେ ସମାଜର ଏଭଳି ନୀଳବର୍ଣ୍ଣ ଶୃଗାଳ ମାନଙ୍କ ପ୍ରତି ଟିକେ ସାବଧାନ ରହିବା ନିହାତି ଜରୁରୀ ନଚେତ କେତେବେଳେ ଯେ କଣ ଅଘଟଣ ଘଟିବ ତାହା କହିବା ଅସମ୍ଭବ | ଏକତରଫା ପ୍ରେମରୁ ହତ୍ୟାକାଣ୍ଡ । ମହିଳା ରାଜି ନହେବାରୁ ନିର୍ମମ ଭାବେ ହତ୍ୟା କଲା ଯୁବକ । କଟକ ବାରଙ୍ଗ ଥାନା ଗୋଡିସାହି ଅଞ୍ଚଳର ବାରିସିଂହ ଗାଁରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ । ମହିଳାଙ୍କୁ ଏକତରଫା ପ୍ରେମ କରି ଶାୀରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା ଅଭିଯୁକ୍ତ । ଏକଥା ରେ ମହିଳା ରାଜି ନହେବାରୁ ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *