Pratidin TV

Odisha's Digital News Platform

କର୍ଣ୍ଣାଟକର କୋଲାର ଜିଲ୍ଲାରେ ରହିଛି ବିଶ୍ୱର ସବୁଠାରୁ ଉଚ୍ଚତମ ଶିବଲିଙ୍ଗ କୋଟି ଲିଙ୍ଗେଶ୍ୱର…

1 min read

ଆପଣ ନିଶ୍ଚିତ ଭାବରେ ମହାଦେବଙ୍କ ଅନେକ ମନ୍ଦିର ପରିଦର୍ଶନ କରିଥିବେ । ବିଭିନ୍ନ ସ୍ଥାନରେ ଶିବ ମନ୍ଦିରର କିଛି ପୈାରାଣିକ କଥା ବା କିମ୍ବଦନ୍ତୀ ରହିଥାଏ । ସେହିପରି କର୍ଣ୍ଣାଟକ କୋଲ୍ଲାର ଜିଲ୍ଲାରେ ଏକ ଶୈବପୀଠ ରହିଛି । ଯାହାର ନାମ ହେଉଛି କୋଟିଲିଙ୍ଗେଶ୍ୱର । ଏହି ଶୈବ ପୀଠରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ରହିଛନ୍ତି । ଅର୍ଥାତ ୧ କୋଟି ଶିବଲିଙ୍ଗ ସ୍ଥାପିତ ହୋଇଛି ବୋଲି କୁହଯାଏ । ସେଥିପାଇଁ ଏହି ମନ୍ଦିର କୋଟି ଲିଙ୍ଗେଶ୍ୱର ନାମରେ ପରିଚିତ । ତେବେ କ’ଣ ରହିଛି ଏହି ମନ୍ଦିରର ରହସ୍ୟ ଆସାନ୍ତୁ ଜାଣିବା ।

କର୍ଣ୍ଣାଟକର କୋଲାର ଜିଲ୍ଲାର କାମସଚନ୍ଦ୍ର ଗ୍ରାମରେ ଅବସ୍ଥିତ କୋଟିଲିଙ୍ଗେଶ୍ୱର ମନ୍ଦିର ଦୁନିଆର ସବୁଠୁ ବଡ ଶିବଲିଙ୍ଗ ଅଟେ । ଏଠାରେ ପାଖାପାଖି୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି । ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ ହୋଇଥିଲା ବୋଲି କୁହାଯାଉଛି । କିମ୍ବଦନ୍ତୀ ଅନୁସାରେ ଭଗବାନ ଇନ୍ଦ୍ରଙ୍କୁ ଗୌତମ ନାମକ ଜଣେ ଜ୍ଞାନୀ ଋଷି ଅଭିଶାପ ଦେଇଥିଲେ । ଆଉ ଇନ୍ଦ୍ର ଦେବ ଏହି ଅଭିଶାପରୁ ମୁକ୍ତି ପାଇବା ଲାଗି କୋଟିଲେଶ୍ୱର ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରିଥିଲେ । ଆପଣ ଜାଣିଛନ୍ତି କି ଏଠାରେ ଥିବା ପ୍ରତିଷ୍ଠିତ ଲିଙ୍ଗ ପ୍ରାୟ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ । ଏଠାରେ କୈାତୁହଳର ବିଷୟ ହେଉଛି, ୧୫ ଏକର ପରିମିତ ଅଞ୍ଚଳରେ ଏହି ବିରାଟ ଲିଙ୍ଗ ରହିଛି । ଯାହାର ଚାରିପାଖରେ ଅନେକ ଛୋଟ ଲିଙ୍ଗ ଦ୍ୱାରା ଘେରି ରହିଛି । ଛୋଟ ଛୋଟ ଲିଙ୍ଗଙ୍କ ମଧ୍ୟରେ ଏକ ୩୫ ଫୁଟ ଉଚ୍ଚ ୬୦ ଫୁଟ ଲମ୍ବ ଓ ୪୦ ଫୁଟ ଓସାର ବିଶିଷ୍ଟ ଏକ ନନ୍ଦୀ ପ୍ରତିମା ମଧ୍ୟ ରହିଛି । ଏହା ବ୍ୟତୀତ ମାତା ପାର୍ବତୀ, ଶ୍ରୀ ଗଣେଶ, ଶ୍ରୀ କୁମାରସ୍ୱାମୀଙ୍କର ପ୍ରତିମା ମଧ୍ୟ ରହିଛି । ବିଶ୍ୱାସ ରହିଛି ଯେ ଭକ୍ତ ମାନଙ୍କ ପ୍ରତ୍ୟକ ମନସ୍କାମନା ପୂରଣ ହେଉଥିବାରୁ ବହୁ ଦୂରଧୁରାନ୍ତରୁ ଭକ୍ତମାନେ ଏଠାକୁ ଆସିଥାନ୍ତି । ଆଉ ମନ୍ଦିରରେ ପ୍ରବେଶ କରିବବା ମାତ୍ରେ କୋଟି ଲିଙ୍ଗେଶ୍ୱରଙ୍କ ପ୍ରତିମୂର୍ତ୍ତି ଦେଖିବା ପରେ ମନରେ ଭକ୍ତିଭାବ ଜଜାଗ୍ରତ ହୋଇଥାଏ । ଆଉ ସବୁଠାରୁ ବିଶେଷ କଥା ହେଉଛି ଯେ ଏହି ମନ୍ଦିର ପରିସରେ ଥିବା ଦୁଇଟି ଗଛରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ମନସ୍‌କାମନା ପୂରଣ ହୋଇଥାଏ । ପ୍ରତିବର୍ଷ, ମହା ଶିବରାତ୍ରୀ ସମୟରେ, ବହୁ ସଂଖ୍ୟାରେ ଭକ୍ତ ସମାଗମ ଦେଖିବାକୁ ମିଳିଥାଏ ।

Advertisement

Leave a Reply

Your email address will not be published. Required fields are marked *