Pratidin TV

Odisha's Digital News Platform

ସାବଧାନ ୟୁଟ୍ୟୁବ୍ ଦେଖି ରୋଗୀଙ୍କ ECG କରୁଛନ୍ତି ଲ୍ୟାବ୍ ଆଟେଣ୍ଡାଣ୍ଟ ।

1 min read

ୟୁଟ୍ୟୁବ୍, ଗୁଗୁଲର ଭିଡିଓ-ଷ୍ଟ୍ରିମିଂ ପ୍ଲାଟଫର୍ମ, ଉପଭୋକ୍ତା-ଅପଲୋଡ୍ ଟ୍ୟୁଟୋରିଆଲ୍ ଭିଡିଓଗୁଡିକର ବିସ୍ତୃତ କରିବ। ସହ ଆମକୁ ଅନେକ ଜିନିଷ ବିଷୟରେ ଶିକ୍ଷା ଦେଇଥାଏ । କିନ୍ତୁ ରୋଗୀ ଚିକିତ୍ସା ମାର୍ଗଦର୍ଶନ ପାଇଁ ଡାକ୍ତରୀ ବୃତ୍ତିଗତମାନେ ଏହା ଫଲୋ କରି ଚିକିତ୍ସା କରିବା କିଏ କଳ୍ପନା କରିନଥାନ୍ତି । ରାଜସ୍ଥାନର ଯୋଧପୁରର ସରକାରୀ ହସ୍ପିଟାଲର ଏକ ଭାଇରାଲ୍ ଭିଡିଓରେ ସାମ୍ନାକୁ ଆସିଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

କାରଣ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ୟୁଟ୍ୟୁବ୍ ଦେଖି ଜଣେ ଲ୍ୟାବ୍ ଆଟେଣ୍ଡାଣ୍ଟ ରୋଗୀର ଇସିଜି କରୁଛି । ଆଉ ପାଖରେ ଥିବା ରୋଗୀଙ୍‌କ ସମ୍ପର୍କୀୟ ଏହାକୁ ବିରୋଧ ମଧ୍ୟ କରିଛନ୍ତି । କିନ୍ତୁ ଲ୍ୟାବ ଆଟେଣ୍ଡାଣ୍ଟଜଣଙ୍କ ପ୍ରତିଉତ୍ତରରେ କହିଥିଲେ ଯେ ଲ୍ୟାବ୍‌ରେ ସବୁ ଷ୍ଟାପ୍ ମାନେ ଦୀପାବଳୀ ଛୁଟିରେ ଯାଇଛନ୍ତି । ତେଣୁ ମୁଁ ୟୁଟ୍ୟୁବ୍ ଦେଖି ମେସିନ୍ ଲଗାଇଦେବି ଠିକ୍ ସ୍ଥାନରେ ତାପରେ ମେସିନ୍ ଯାହା କରିବ ସବୁ ଠିକ୍ ।

Advertisement

ତେବେ ପୂର୍ବରୁ ୟୁଟ୍ୟୁବ୍ ଦେଖି କେତେକ ଡାକ୍ତରଖାନାରେ ଅପରେସନ୍ କରାଯାଉଥିବା ସମୟରେ ରୋଗୀର ଜୀବନ ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଗୋଟିଏ କି ୨ ଟି ନୁହେଁ ଏଭଳି ଅନେକ ଘଟଣା ସାମ୍ନାକୁ ବାହାରିଥିଲା । କିନ୍ତୁ ତା ପରେ ମଧ୍ୟ ଚେତୁନାହାନ୍ତି ହସ୍ପିଟାଲ କତ୍ତୃପକ୍ଷ ।

Leave a Reply

Your email address will not be published. Required fields are marked *