(ଭିଡିଓ) ମିଛ କହୁଛନ୍ତି ସାମ୍ବାଦିକା, ଝାରପଡାରୁ ଧମକ ଦେଉନାହାନ୍ତି ଟୁଟୁ!
1 min readଭୁବନେଶ୍ୱର : ମହିଳା ସାମ୍ବାଦିକଙ୍କୁ ଧକ୍କା ଦେବା ଘଟଣାରେ ପ୍ରୟୋଜକ ଟୁଟୁ ନାୟକ ଗିରଫ ହେବା ମାମଲାର ସୋମବାର ଅର୍ଥାତ ଆଜି ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ତେବେ କୋର୍ଟରେ ଟୁଟୁ ନାୟକଙ୍କ ସପକ୍ଷରେ କଣ ଯୁକ୍ତି ରଖିଲେ ତାଙ୍କ ଓକିଲ । ସେ କହିଛନ୍ତି ମହିଳା ସାମ୍ବାଦିକ ଲଗାଇଥିବା ଦଫା ୩୫୪ ଯାହାର କୌଣସି ପ୍ରମାଣ ଆମକୁ ମିଳି ନାହିଁ । ଅନ୍ୟପଟେ ମହିଳା ସାମ୍ବାଦିକାଙ୍କ ଓକିଲ ଯୁକ୍ତି କରିଥିଲେ ଯେ ଟୁଟୁ ନାୟକ ଧମକ ଦେଉଛନ୍ତି । ଯାହା ସମ୍ପୂର୍ଣ୍ଣ ମିଛ ଅଟେବୋଲି ଟୁଟୁଙ୍କ ଓକିଲ କହିଛନ୍ତି । ଯେହେତୁ ପ୍ରୟୋଜକ ଜେଲରେ ଅଛନ୍ତି ଜେଲ ଭିତରେ ରହି କୌଣସି ଧମକ ଦିଆଯାଉ ନାହିଁ । ଆହୁରି ମଧ୍ୟ ଓକିଲ କହିଛନ୍ତି କି ବର୍ତ୍ତମାନ ଟୁଟୁ ନାୟକ ଜେଲରେ ରହିବ । ଯେପର୍ଯ୍ୟନ୍ତ ମାମଲାର କୌଣସି ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଟୁଟୁ ନାୟକ ଜେଲରେ ରହିବେ । ରାୟ ସଂରକ୍ଷିତ ରହିଥିବା ବେଳେ ଆସନ୍ତା ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । କାରଣ ପୀଡିତା ମହିଳା ସାମ୍ବାଦିକଙ୍କ ୧୬୪ରେ ବୟାନ ରେକର୍ଡ କରାଯାଇ ନାହିଁ । ଯାହାଫଳରେ ଏହି ଶୁଣାଣି ଘୁଞ୍ଚି ଯାଇଛି ବୋଲି ଟୁଟୁଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।