Pratidin TV

Odisha's Digital News Platform

କଥା ରଖି ନିଜ ନାଁ ବଦଳାଇଲେ ନେତା, ପୱନ କଲ୍ୟାଣ ଜିତିବା ପରେ ମୁଦ୍ରାଗଡା ପଦ୍ମନାଭମରୁ ହେଲେ ପଦ୍ମନାଭ ରେଡ୍ଡୀ

1 min read

ଚ୍ୟାଲେଞ୍ଜ ହାରିବା ପରେ ନିଜ ନାଁ ବଦଳାଇଲେ ୟାଇଏସଆର କଂଗ୍ରେସ ନେତା । ଜନସେନା ମୁଖ୍ୟ ପୱନ କଲ୍ୟାଣ ଜିତିଲେ ୟାଇଏସଆର କଂଗ୍ରେସର ବରିଷ୍ଠ ନେତା ମୁଦ୍ରାଗଡା ପଦ୍ମନାଭ ନିଜ ନାଁକୁ କୋର୍ଟରେ ସତ୍ୟପାଠ ଦାଖଲ କରି ବଦଳାଇଛନ୍ତି ।

ସୂଚନା ଅନୁଯାୟୀ, ଚଳିତ ନିର୍ବାଚନ ପୂର୍ବରୁ ପଦ୍ମନାଭ ଏନେଇ ପ୍ରତିଜ୍ଞା କରିଥିଲେ ଆଉ କହିଥିଲେ ଯଦି ସେ ପୱନ କଲ୍ୟାଣୟ ଜିତିବେ ତେବେ ସେ ନିଜ ନାଁ ବଦଳାଇ ଦେବେ। ସତକୁ ସତ ପବନ କଲ୍ୟାଣ ଜିତି ଯାଇଛନ୍ତି। ତେଣୁ ସେ ଯାହା କହିଥିଲେ ତାହାକୁ ରଖିଛନ୍ତି। ନିର୍ବାଚନ ପରେ ମୁଦ୍ରଗଡା ନିଜର ନାଁ ପରିବର୍ତ୍ତନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏସମ୍ପର୍କରେ ମୁଦ୍ରଗଡା କହିଛନ୍ତି ଯେ କେହି ମୋତେ ନାଁ ବଦଳାଇବାକୁ ଚାପ ପକାଇନାହାଁନ୍ତି। ନିଜ ଇଚ୍ଛାରେ ନାଁ ପରିବର୍ତ୍ତନ କରିଛି। ତେବେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ପ୍ରଂଶସକ ଯେଉଁଭଳି ଖରାପ ବ୍ୟବହାର କରୁଛନ୍ତି ତାହାକୁ ନେଇ ଅଭିଯୋଗ କରିଛନ୍ତି ପଦ୍ମନାଭମ୍‌‌ ରେଡ୍ଡୀ।

Advertisement

ନିକଟରେ ସରିଥିବା ନିର୍ବାଚନରେ ପିଠାପୁରମ ନିର୍ବାଚନ ମଣ୍ଡଳୀରେ ପୱନ କଲ୍ୟାଣ ଓ ୱାଇଏସ୍‌ଆର୍‌ସିପି ପ୍ରାର୍ଥୀ ଗୀତା ବିଶ୍ବନାଥମ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ବିଶ୍ବନାଥମଙ୍କୁ ହରାଇ ପବନ କଲ୍ୟାଣ ନିର୍ବାଚନ ଜିତିଯାଇଛନ୍ତି। ସେ ୭୦ ହଜାର ବ୍ୟବଧାନରେ ଭୋଟ୍‌ ଜିତିଥିବା ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *