Pratidin TV

Odisha's Digital News Platform

ଲୋକଙ୍କ ଦୁର୍ବଳତା ଉପରେ ନେତାଙ୍କ ନଜର….’କ୍ଷମତାକୁ ଆସିଲେ କମ ଦାମରେ ଭଲ ମଦ ଯୋଗାଇବୁ’

1 min read

ନିର୍ବାଚନରେ ଭୋଟ ବଦଳରେ ମଦ ବାଣ୍ଟିବା ବିଷୟରେ ଶୁଣିବା ସହ ଦେଖିବାକୁ ମିଳୁଛି | କିନ୍ତୁ ଯଦି କୌଣସି ଦଳ ନିର୍ବାଚନକୁ ନେଇ ମଦ କମ ଟଙ୍କାରେ ଭଲ ଦେବା କଥା କୁହେ ତେବେ କ’ଣ ହେବ | ଯଦି ଜଣେ ରାଜନୈତିକ ଦଳ ନିର୍ବାଚନରେ ଜିତିବା ପରେ ଲୋକଙ୍କୁ ଶସ୍ତା ମଦ ଯୋଗାଇବା ବିଷୟରେ କଥାବାର୍ତ୍ତା କରନ୍ତି, ତେବେ ନିର୍ବାଚନ ଫଳାଫଳ କଣ ହେବ? ତେବେ ଭୋଟରାଙ୍କ ଭୋଟ ହଟାଇବା ପାଇଁ ଏପରି କିଛି ପ୍ରତିଶୃତି ଦେଇଛନ୍ତି ତେଲୁଗୁ ଦେଶମ୍‌ ପାର୍ଟି ନେତା ଏନ୍‌. ଚନ୍ଦ୍ରବାବୁ ନାଇଡୁ |

ଆନ୍ଧ୍ରପ୍ରଦେଶର ଲୁଗୁ ଦେଶମ୍‌ ପାର୍ଟି ନେତା ଏନ୍‌. ଚନ୍ଦ୍ରବାବୁ ନାଇଡୁ ଭୋଟ ପାଇଁ ପ୍ରତିଶୃତି ରଖିଛନ୍ତି | ସେ ଘୋଷଣା କରିଛନ୍ତି ଯେ, କ୍ଷମତାକୁ ଆସିଲେ ସରକାର ଗଠନ ହେବାର ୪୦ ଦିନ ପରେ ଯୋଗାଇ ଦିଆଯିବ କମ ଦାମରେ ଭଲ ମଦ | ଅନ୍ୟପଟେ YS ଜଗନମୋହନ ରେଡ୍ଡୀଙ୍କ ନେତୃତ୍ବାଧୀନ ସରକାରଙ୍କୁ କଡା ସମାଲୋଚନ କରି ଛାନ୍ଦରବାବୁ ନାଇଡୁ ସରକାରଙ୍କ ବିରୋଧରେ ମଦ ଦର ବୃଦ୍ଧି କରୁଥିବା ଅଭିଯୋଗ ଆଣିଛନ୍ତି | ଏହାସହ ମଦର ଗୁଣାତ୍ମକ ମାନରେ ହ୍ରାସ ଘଟିଥିବା କହିଛନ୍ତି ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ । ତାଙ୍କର କହିବା କଥା, ମଦର ବର୍ଦ୍ଧିତ ମୂଲ୍ୟରୁ ବଡ଼ ଧରଣର ଲାଭ ହେବା ସତ୍ତ୍ବେ ରାଜ୍ୟ ସରକାର ଖରାପ ମଦ ଯୋଗାଉଛନ୍ତି । ରାଜ୍ୟ ସରକାର ଶସ୍ତା ଖରାପ ମଦ ଯୋଗାଇ ଆମ ଲୋକଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ ।

Leave a Reply

Your email address will not be published. Required fields are marked *