Pratidin TV

Odisha's Digital News Platform

ରେକର୍ଡ ଭାଙ୍ଗିଲା ପାକିସ୍ତାନି ଫିଲ୍ମ , ବିଶ୍ୱରେ ୫୦୦ ରୁ ଅଧିକ ସ୍କ୍ରିନିଂ ହୋଇ ସୃଷ୍ଟି କଲା ଇତିହାସ

1 min read

ନୂଆଦିଲ୍ଲୀ : ବଲିଉଡ୍‌,ହଲିଉଡ୍‌,ଟଲିଉଡ୍‌ର ସମସ୍ତ ଫିଲ୍ମ କୁ କାଟି ବିଶ୍ୱ ବଜାରରେ ଓପନିଙ୍ଗ ସପ୍ତାହରେ ଇତିହାସ ରଚିଲା ପାକିସ୍ତାନି ଫିଲ୍ମ । ପାକିସ୍ତାନି କଳାକାର ଫୱାଦ୍ ଖାନଙ୍କ ଫିଲ୍ମ ଦ ଲିଜେଣ୍ଡ ଅଫ୍ ମୌଲା ଜଟ୍ଟ୍ ପ୍ରଥମ ସପ୍ତାହରେ ହିଁ ୫୦ କୋଟି ଇନକମ୍ କରି ଅନେକ ଦର୍ଶକଙ୍କୁ ପ୍ରାଭାବିତ କରିପାରିଛି । ସେହିଭଳି ପିଲ୍ମଟି କେବଳ ୫୦ କୋଟି କମାଇ ରହିଯାଇନାହିଁ ବରଂ ଏହା ୟୁଏଇର ବକ୍ସ ଅଫିସ୍‌ରେ ୧ନଂ ଟ୍ରେଣ୍ଡରେ ରହିଛି ।

ଅନ୍ୟପଟେ କାନାଡାରେ ଟପ୍ ୬ ଫିଲ୍ମ ମଧ୍ୟରେ ଏହା ସ୍ଥାନ ପାଇଛି ଏହାସହ ଅଷ୍ଟ୍ରେଲିଆ ବକ୍ସ ଅଫିସ୍ ରେ ୮ମ ସ୍ଥାନରେ ଥିବାବେଳେ, ଲଣ୍ଡନରେ ୯ମ ସ୍ତାନରେ ରହି ଏକ ନୂଆ ରେକର୍ଡ ହାସଲ କରିଛି । ଏହି ଫିଲ୍ମଟି ବର୍ତ୍ତମାନ ୨୫ ଟିଦେଶରେ ୫୦୦ ରୁ ଅଧିକ ଥିଏଟରରେ ରିଲିଜ୍ ହୋଇସାରିଛି ।

Advertisement

ପୂର୍ବରୁ ଫୱାଦ୍ ପାକିସ୍ତାନର ଅନେକ ହିଟ୍ ସିରିଏଲରେ ନଜର ଆସିଥିବା ବେଳେ । ଆଲିଆ ଓ ସିର୍ଦ୍ଧର୍ଥଙ୍କ ସହ କପୂର ଆଣ୍ଡ ସନ୍‌ସ୍ , ଖୁବସୁରତ୍ ଏବଂ ଏ ଦିଲ୍ ହେ ମୁସକିଲ୍‌ରେ ସାଇଡ୍‌ରୋଲରେ ନଜର ଆସିଥିଲେ ।

ତେବେ ଏହି ଫିଲ୍ମଟି ୧୯୭୯ ମସିହାର ଲିଜେଣ୍ଡ ମୌଲା ଜଟ୍ଟଙ୍କ ସତ କାହାଣୀ ଉପରେ ଆଧାରିତ ହୋଇଥିବାରୁ ଫିଲ୍ମଟିକୁ ଅନେକ ଭଲପାଇବା ମିଳୁଛି ।

Leave a Reply

Your email address will not be published. Required fields are marked *