Pratidin TV

Odisha's Digital News Platform

ସ୍କୁଲ ପିଣ୍ଡାରେ ବିତୁଛି ଅସହାୟ ଭିନ୍ନକ୍ଷମ ସୀମାଞ୍ଚଳଙ୍କ ଜୀବନ ; ଏଯାଏଁ ମିଳୁନି ସରକାରୀ ସୁବିଧା ….

1 min read

ରାୟଗଡା : ଅନାଥ ଅସହାୟ ଭିନ୍ନକ୍ଷମ ସୀମାଞ୍ଚଳ । ଏତେ ବଡ ଦୁନିଆରେ ଏକା କରି ହାତଛାଡି ଆରପାରିକୁ ଚାଲିଗଲେ ବାପା ମା । ଘର କୁଟୁମ୍ବ କହିଲେ କେହି ନାହାନ୍ତି ସୀମାଞ୍ଜଳଙ୍କର । ପିଲା ବେଳୁ ବାପା ମା ଙ୍କୁ ହରାଇ ଆଜି ଏକାକି ସ୍କୁଲ ପିଣ୍ଡା ରେ ଜୀବନ କାଟୁଛନ୍ତି ସେ ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପୂଜାରୀ ଗୁଡା ଗ୍ରାମ ରେ ରହିଆସୁଥିବା ଜଣେ ଅନାଥ ଅସାୟ, ୪୦ ବର୍ଷିୟ ଭିନ୍ନକ୍ଷମ ସୀମାଞ୍ଚଳ । ଆଜି କି ପ୍ରାୟ ୭ ରୁ ୮ବର୍ଷ ହେବ ଘର ଖଣ୍ଡେ ପାଇଁ ବ୍ଳକ ଅଫିସ, ଆ ପାଖ ତା ପାଖ କୁ ବୁଲି ବୁଲି ଚପଲ ଛିଣ୍ଡିଯିବା ସହ ଛୁଟି ପାଚି ଯିବା ପରେ ମଧ୍ୟ ତାଙ୍କ ଗୁଆରୀ କେହି ଶୁଣୁ ନ ଥିବା ଅଭିଯୋଗ ନେଇ ଆଜି ବ୍ଳକ ସମିତି ବୈଠକ କୁ ଆସିଥିଲେ ସୀମାଞ୍ଚଳ ।

Advertisement

କଲ୍ୟାଣ ସିଂହପୁର ବ୍ଳକ ଅଫିସ ରେ ସମିତି ବୈଠକ ହେଉଥିବା ସମୟରେ ହଠାତ୍ ସୀମାଞ୍ଚଳ ଅଭିଯାଗ ପତ୍ର ନେଇ ବୈଠକ ଭିତରକୁ ମାଡ଼ି ଯାଇ ଥିଲେ । ଏବଂ ନିବେଦନ କରି କହିଥିଲେ ବିଡିଓ ବାବୁ ମୋ ଦୁଃଖ ଶୁଣି ଅଣଦେଖା କରିଦେଲେ । ତୁମ ନାଁ ହିତାଧିକାରୀଙ୍କ ଲିଷ୍ଟରେ ନାହିଁ କହି ମୋତେ ଫେରାଇଦେଇଥିଲେ । କଣ ମୋ ଦୁଃଖ କେହି ବୁଝିବେନି ? ଏହାପରେ ସମସ୍ତେ ସୀମାଞ୍ଚଳ ଙ୍କୁ ଦେଖି ଦୁଃଖ ପ୍ରକାଶ କରିଥିବା ପରେ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଅଭିଯୋଗ ପତ୍ର ଗ୍ରହଣ କରି ଆମ ତରଫରୁ ଯାହା ବ୍ୟବସ୍ଥା କରାଯିବ ତାହା କରିବୁ ବୋଲି କହି ସୀମାଞ୍ଚଳଙ୍କୁ ବୁଝା ସୁଝା କରି କହିଥିଲେ।

Leave a Reply

Your email address will not be published. Required fields are marked *