(video)ମା ସୀତାଙ୍କ ବାପଘର ମିଥିଳାରୁ ଆସିଲା ଭାର , ଅଯୋଧ୍ୟାରେ ପହଞ୍ଚିଲା ୧୨ଟି ଟ୍ରକ୍ ….
1 min readନୂଆଦିଲ୍ଲୀ ; ସାରା ଭାରତ ପାଇଁ ଐତିହାସିକ ଦିନ ବନିବାକୁ ଯାଉଛି ଜାନୁଆରୀ ୨୨ ତାରିଖ । ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ଏନେଇ ଚଳଚଞ୍ଚଳ ପୁରା ଭାରତୀୟ । ସବୁ ଆଡେ ପୂଜା ପାଠର ଉତ୍ସବର ମାହୋଲ । ଘର ବାହରେ ଚିତା ମୁରୁଜ ।
ଅନ୍ୟପଟେ ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବାକୁ ସମସ୍ତେ ନିଜ ନିଜ ସ୍ତରରେ ପ୍ରସ୍ତୁତି କରୁଥିବା ବେଳେ ମାତା ସୀତାଙ୍କ ବାପଘର କୁହାଯାଉଥିବା ବିହାରର ମିଥିଲାରୁ ଅଯୋଧ୍ୟାରେ ପହଁଚିଛି ୧୨ଟି ଟ୍ରକ୍ । ଯେଉଁଥିରେ ମିଠା, ପିଠା, ବସ୍ତ୍ର ସାଙ୍ଗକୁ ଆସିଛି ଅଳଙ୍କାର ଏବଂ ରୂପା ଚାନ୍ଦିର ବାସନ ସହ ରହିଛି ନାନାଦି ଜିନିଷ । ହିନ୍ଦୁ ରିତୀନିତିରେ ମାଙ୍ଗଳିକ କାର୍ଯ୍ୟରେ ଶଶୂର ଘରୁ ଭାର ଆସିବାର ପରମ୍ପରା ରହିଥିବା ବେଳେ ମିଥିଲା ରାଜ ପରିବାର ପକ୍ଷରୁ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାକୁ ଏସବୁ ଉପହାର ସ୍ୱରୁପ ଭେଟି ଦିଆଯାଇଛି ।