ରାଜଦରବାର ହଲରେ ନୁଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ
1 min readଖଡ଼ିଆଳ ରାଜଦରବାର ହଲ ଠାରେ ପରମ୍ପରା ଅନୁସାରେ ଶୁଭଲଗ୍ନ ଧାର୍ଯ୍ୟ ହୋଇ ଯାଇଛି | ଆସନ୍ତା ସେପ୍ଟେମ୍ବର ୮ ତାରିଖ ଦିନ ଶୁକ୍ଳ ପକ୍ଷ ପଞ୍ଚମୀ ଦିବା 9.40 ରୁ 10.12 ମଧ୍ୟେ ନବାନ୍ନ ଲାଗି ସମୟ ଧାର୍ଯ୍ୟ ହୋଇ ଥିବା ଜଣାପଡିଛି ! ରାଜା ରାଜୁଡା ଅମଳରୁ ପ୍ରତିବର୍ଷ ଏହିପରି ଭାବ ରେ ଲଗ୍ନ ଧାର୍ଯ୍ୟ କରାଯାଉଥିବା ବେଳେ ଚଳିତ ବର୍ଷ ନୁଆଁଖାଇ ଲଗ୍ନ ଧାର୍ଯ୍ୟ ପାଇଁ ରାଜପରିବାର ସଦସ୍ୟ ଏବଂ ରାଜଜ୍ୟୋତିଷ ଏବଂ ରାଜ ପୁରୋହିତଙ୍କ ଉପସ୍ଥିତି ରାଜ ଦରବାର ଠାରେ ରେ ଲଗ୍ନ ଧାର୍ଯ୍ୟ ହୋଇଥିଲା | ଖଡ଼ିଆଳ ଯୁବରାଜ ଦେଵଦେଵ ସିଂ ଦେଓ ଙ୍କ ଉପସ୍ଥିତିରେ ରାଜ ଜ୍ୟୋତିଷ ପ୍ରଫୁଲ ପାତ୍ର, ରାଜପୁରୋହିତ ସୁଦର୍ଶନ ଠାକୁର, ତାରାଚନ୍ଦ୍ର ଆଚାର୍ଯ୍ୟ, ବଡ଼ପଣ୍ଡା ଆଶିଷ ପଣ୍ଡା,ଏବଂ ଇଷ୍ଟ ଦେବୀ ସମଲେଶ୍ୱରୀ ପୂଜକ ବ୍ରଜ କିଶୋର ଦଣ୍ଡସେନା ଏବଂ ଗଡ଼ଦେବୀ ରକ୍ତାମ୍ବରୀଙ୍କ ପୂଜକ ଗଣେଶ ପ୍ରଧାନୀ ଦ୍ବୟ ଉପସ୍ଥିତ ରହି ଏହି ଲଗ୍ନ ଧାର୍ଯ୍ୟ କରିଥିବା ଜଣାପଡିଛି | ନୁଆଁଖାଇର ପୂର୍ବ ଦିନ ଖଡ଼ିଆଳର ଗଡ଼ଦେବୀ ମାଁ ରକ୍ତାମ୍ବରୀ ଏବଂ ଇଷ୍ଟ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ନୁଆଁଖାଇ ଦିନ 9.40 ରୁ 10.12 ମଧ୍ୟେ ରାଜ ପରିବାରର ସଦସ୍ୟଙ୍କ ପରେ ଖଡ଼ିଆଳ ଜନ ସାଧାରଣ ନବାନ୍ନ ଖାଇବେ !