Pratidin TV

Odisha's Digital News Platform

(ଭିଡିଓ) ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ କଲେ,ଶେଷରେ ନିଜେ ବାହାରିଲେ ଲୁଟର ମାଷ୍ଟରମାଇଣ୍ଡ …

1 min read

ଭୁବନେଶ୍ୱର : ଯୁବକ ରଚିଲେ ମାଷ୍ଟର ପ୍ଲାନ । ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ କରିବାକୁ ଥାନା ଗଲେ । ଆଉ ପୋଲିସ ତଦନ୍ତ କରିବା ପରେ ନିଜେ ଫସିଗଲେ ମାଷ୍ଟରମାଇଣ୍ଡ । ଶେଷରେ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ଭାବେ ବାନ୍ଧିଲା ପୋଲିସ । ଏଭଳି ଏକ ସଙ୍ଗୀନ ଘଟଣାରେ ଭୁବନେଶ୍ୱରର ଘଟିଛି । ଟଙ୍କା ଲୁଟ ହୋଇଥିବା ନେଇ ତମାଣ୍ଡୋ ପୋଲିସ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି । ତେବେ ସମ୍ପୂର୍ଣ୍ଣ ଘଟଣାଟି ଥିଲା କିଛି ଏଭଳି ।

ଅଧିକ ପଢନ୍ତୁ , https://www.pratidintv.com/3-young-men-of-3-prostitute-were-detained-by-the-police-from-hotel-royal-palace/

ସୂଚନା ମୁତାବକ ଆଇଟିସି କମ୍ପାନୀରେ କାମ କରୁଥିବା ଜଣେ ଏଜେଣ୍ଟ ଗତ ଶନିବାର ୩ ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରି ରଖିଥିଲେ । କିନ୍ତୁ ସେଦିନ ବ୍ୟାଙ୍କରେ ଟଙ୍କାଗୁଡିକୁ ଡିପୋଜିଟ କରିନଥିଲେ । ପରେ ତିନି ପତି ନାମକ ଜୁଆ ଖେଳି ରଖିଥିବା ଟଙ୍କାରୁ ୨ ଲକ୍ଷ ୨୦ ହଜାର ଟଙ୍କା ହାରି ଯାଇଥିଲେ । ପରେ ପାଖରେ ଆଉ ମାତ୍ର ୧ ଲକ୍ଷ ୧୦ ହଜାର ଟଙ୍କା ରହିଥିଲା । କମ୍ପାନୀ ଟଙ୍କାକୁ ଜୁଆରେ ଉଡିବା ପରେ ମୁଣ୍ଡରେ ଚିନ୍ତା ପଶି ଯାଇଥିଲା । ଏତେ ଟଙ୍କା କୁଆଡୁ ଆଣିବେ ଭାବି ଏଥିରୁ ବର୍ତ୍ତିବାକୁ ୩ ସାଙ୍ଗ ସହ ମିଶି ରଚିଲେ ପ୍ଲାନ । ଡି ଏନ ରେଙ୍ଗାଲିଆ ମଲ ନିକଟରେ ଟଙ୍କା ଲୁଟ ହୋଇଥିବା ନେଇ ମିଛ ପ୍ଲାନ କରିବା ପରେ ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ । ପରେ କିନ୍ତୁ ପୋଲିସ ସବୁକଥା ଜାଣିବା ପରେ ୩ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ନିଜରି ପ୍ଲାନରେ ନିଜେ ଫସିଗଲେ ଅଭିଯୁକ୍ତ ।

Leave a Reply

Your email address will not be published. Required fields are marked *