Pratidin TV

Odisha's Digital News Platform

ସ୍ନାନ ପୂର୍ଣ୍ଣମୀ ପରେ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଆଜି ଶ୍ରୀଅଙ୍ଗରେ ଘଷାହେବ ଫୁଲୁରି ତେଲ….

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବାପରେ ମହାପ୍ରଭୁ ଜ୍ୱରରେ ପଡ଼ିଥାନ୍ତି। ତେଣୁ ୧୫ ଦିନ ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ଗୁପ୍ତ ସେବା କରିଥାନ୍ତି ଦଇତାପତି। ଏହାରି ଭିତରେ ଆଜି ମହାପ୍ରଭୁଙ୍କ କମ୍ପ କମାଇବା ପାଇଁ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ବଡ ଓଡ଼ିଆ ମଠ ପକ୍ଷରୁ ଏହି ଫୁଲରୀ ତେଲ ପ୍ରଦାନ କରାଯାଇଥାଏ।

ହେରାପଞ୍ଚମୀ ତିଥିରେ ୨ଟି ମାଟି ନିର୍ମିତ ଘୁମାରେ ଘଣାପେଡା ରାଶିତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇଥାଏ। ପରେ ସେଥିରେ ଔଷଧୀୟ ଦ୍ରବ୍ୟ ସହ ଅନେକ ସୁବାସିତ ଫୁଲ ମିଶ୍ରଣ କରାଯାଇଥାଏ।

ଏହି ତେଲକୁ ହେରାପଞ୍ଚମୀ ତିଥିରୁ ବର୍ଷେ ପର୍ଯ୍ୟନ୍ତ ମାଟିତଳେ ପୋତା ଯାଇ ରଖାଯାଇଥାଏ। ଗୋଟିଏ ବର୍ଷ ପରେ ଘୁମାରେ ଥିବା ତେଲକୁ ମାଟିତଳୁ କଢା ଯାଇଥାଏ। ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ। ପରେ ସେହି ଫୁଲରୀ ତେଲକୁ ଶ୍ରୀମନ୍ଦିର ଭିତରକୁ ପଠାଯାଇଥାଏ। ସେଥିରେ ମହାପ୍ରଭୁ ମାଲିସ ହୋଇଥାଆନ୍ତି। ଏହି ତେଲ୍ରେ ମାଲିସ୍ ହେବା

Leave a Reply

Your email address will not be published. Required fields are marked *