Pratidin TV

Odisha's Digital News Platform

ଭାଇ-ଭଉଣୀ ସଂପର୍କରେ ଲାଗିଲା ନଜର , ଭାଇକୁ ଝୁରି ଝୁରି ଚାଲିଗଲା ଭଉଣୀର ଜୀବନ …

ଗାଁ ଟା ସାରା ଆଜି ଭାବ ବିହ୍ୱଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ସମସ୍ତଙ୍କ ଆଖିରେ ଲୁହ କହୁଛି କେଡେ ନିଷ୍ଟୁର ଏ ବିଧାତା । କାରଣ ଗୋଟିଏ ମଶାଣିରେ ସମାନ ସମୟରେ ଜଳିବ ଭାଇ ଭଉଣୀଙ୍କ ଯୁଇ । ସକାଳେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ଭାଇର ମୃତ୍ୟୁ କୁ ସହି ନ ପରି ଜୀବନ ହାରିଦେଲା ବଡ ଭଉଣୀ । ଭାଇ ଭଉଣୀ ର ପବିତ୍ର ସମ୍ପର୍କ ବଖାଣୁଛି ଆଜିର ଏ ଭାବ ବିହ୍ୱଳ ପରିବେଶ । ଦର୍ଶକ ବନ୍ଧୁ ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ କୋଠାର ପାଟଣ ସାହି ଠାରେ । ଅନେକ ଦିନ ଧରି ପାଟଣା ସାହି ର ଦୁଇ ଭାଇ କାଳନ୍ଦୀ ବେହେରା ଓ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ସବୁବେଳେ ଜମିବାଡ଼ିକୁ କେନ୍ଦ୍ର କରି ଭାଇ ଭାଇ ଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ଆଜି ସକାଳେ ହଠାତ୍ ଘର ଛପର କରିବାକୁ କେନ୍ଦ୍ର କରି କାଳନ୍ଦୀ ବେହେରା ଓ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ଦ୍ୱଦ ଉପୁଜି ଥିଲା । ଅତି ସରଳ ଓ ନିଷ୍କପଟ ବିଦ୍ୟାଧର ଙ୍କ ୨୨ ବର୍ଷର ପୁଅ ସନାତନ ବେହେରା ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ମାତ୍ର ୧୫ ଦିନ ହେବ ଘରକୁ ଫେରିଥିଲେ । ଆଜିର ଦୁଇ ବାପ ଙ୍କ ମଧ୍ୟରେ ଝଗଡାକୁ ସହ୍ୟ କରି ନପାରି ଜୀବନ ହାରିଥିଲେ । ତାଙ୍କର ମୃତ୍ୟୁରେ ସାରା ପରିବାର ହତବାକ ହୋଇଥିବା ବେଳେ ଗାଁ ଟା ଯାକ ମଧ୍ୟ ଆଖିରୁ ଲୁହ ଝରାଇ କାନ୍ଦୁଥିଲେ । କାରଣ ସେ ଥିଲା ଗାଁ ର ସୁନା ପୁଅ ସନାତନ । କିନ୍ତୁ ଦର୍ଶକ ବନ୍ଧୁ ଏତିକିରେ ଦୁଃଖ ସରିନଥିଲା ବିଦ୍ୟାଧର ଙ୍କ ବଡ୍ ଭାଇ କାଳନ୍ଦୀ ବେହେରା ଙ୍କ ଝିଅ ନିରୁପମା ବେହେରା ସାନ ଭାଇ ଙ୍କୁ ଏତେ ଭଲ ପାଉଥିଲେ ଯେ ଭାଇ ର ଶବ ବ୍ୟବଚ୍ଛେଦ ହୋଇ ଘରକୁ ଫେରିବା ନିଜ ଘରେ ନିଜ ଜୀବନ ହାରି ଦେଇଥିଲେ । ଯେଁଉ ମାନେ ଭାଇ ର ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅପେକ୍ଷା କରିଥଲେ ।

ସେମାନେ ଭଉଣିର ଶବ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ,ବିଶ୍ୱାସ କରି ପାରୁନଥିଲେ ଗୋଟିଏ ପରିବାର ରେ ସାମାନ୍ୟ ଝଗଡ଼ା ପାଇଁ ଦୁଇଟି ନିରୀହ ଜିବନ ଆଜି ପାଣି ଫଟୋକା ପରି ମିଳେଇ ଯାଇଛି ବୋଲି । ସମସ୍ତେ କିଛି ଭାବିବା ଆଗରୁ ଅନ୍ତର ର ବେଦନା ଆଖିର ଲୁହ ହୋଇ ଝରି ଯାଉଥାଏ । କାହିଁକି ବା ନ କାନ୍ଦିବେ ଯେତେବେଳେ ବାପ , ମା ଙ୍କ ଆଖି ଆଗରେ ନିଜର ବଢିଲା ପୁଅ ର ଜୀବନ ଚାଲିଯାଉଛି ଆଉ ତାଙ୍କ ମୃତ୍ୟୁ କୁ ସହି ନ ପାରି ତାଙ୍କ ଭଉଣୀର ଜୀବନ ଚାଲିଯାଇଛି । ସେତେବେଳେ କେଉଁ ବାପା ମାଆ ଧର୍ଯ୍ୟ ଧରି ରହି ପାରିବେ । କାରଣ ସେ ବାପା ମାଆ ଜାଣିଛନ୍ତି ନିଜ ସନ୍ତାନ କୁ ହରାଇ ବାର ଦୁଃଖ । ତେବେ ଦର୍ଶକ ବନ୍ଧୁ ଏ ଲୋଭ, ମୋହ, ମାୟା ସଂସାରରେ ଖଣ୍ଡିଏ ଜମି ପାଈଁ ଦୁଇ ଦୁଇଟି ନୀରିହ ଜୀବନ ଚାଲିଯିବ କେହି କେବେ ଭାବି ନଥିଲେ । ଯାହା ଆଜି ଏ ସମାଜକୁ ଉଚିତ୍ ଶିକ୍ଷା ଦେଇଛି ।

Leave a Reply

Your email address will not be published. Required fields are marked *