Pratidin TV

Odisha's Digital News Platform

ପାଗଳା କୁକୁର ଖେଳାଇଛି ଆତଙ୍କ ; ୨୦ ରୁ ଉର୍ଦ୍ଧ ଆହତ …

1 min read

ଭଞ୍ଜନଗର ; ଭଞ୍ଜନଗର ସହର ରେ ଆଜି ସକାଳୁ ସକାଳୁ କୁକୁର ଆତଙ୍କ ଦେଖାଦେଇଛି । କୁକୁର କାମୁଡ଼ାରେ ଅନେକ କ୍ଷତାକ୍ତ ହୋଇ ଭଂଜନଗର ମେଡ଼ିକାଲ ରେ ଚିକିସ୍ଥା ପାଇଁ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି ।

ତେବେ ଆଜି ସକାଳୁ ଭଞ୍ଜନଗର ସାଇ ମନ୍ଦିର ନିକଟରୁ ପ୍ରଥମେ ଜଣେ ବ୍ୟକ୍ତି କୁ କୁକୁର କାମୁଡା ଆରମ୍ଭ ହୋଇଥିବା ବେଳେ ପରେ ନିକଟ ଦୁଢ଼ୁଆ, କଇଠପଲି, ଆଗଝୋଲ, ଜିଲୁଣ୍ଡି, କଇଣ୍ଡି, ଭାଲିଆଖାଇ ଛକ, ମୁଦୁଲିପଲି ଗ୍ରାମର ଅନେକ ବ୍ୟକ୍ତି ଆହତ ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି । କାହାର ହାତ କୁ ଯାହାର ଗୋଡ଼ କୁ ଆଉ କାହାକୁ ତଳେ ପକାଇ ଗଡାଇତଡାଇ ମୁଣ୍ଡକୁ ମଧ୍ୟ କାମୁଡି ରକ୍ତାକ୍ତ କରିଛି ଏଭଳି ୨୦ରୁ ଉର୍ଦ୍ଧ ଲୋକ ଙ୍କୁ ଆଜି ସକାଳୁ ଭଞ୍ଜନଗର ଉପଖଣ୍ଡ ଡାକ୍ତର ଖାନା ରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । କୁକୁରକୁ କାବୁ କରାଯାଇନଥିବାରୁ ଆହତ ଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *