Pratidin TV

Odisha's Digital News Platform

ଅଟାରେ ପରିଶ୍ରା ମିଶାଇ ରୁଟି ତିଆରି କରୁଥିଲା ଚାକରାଣୀ , ଅସୁସ୍ଥ ହେଲା ପରିବାର ଲଗାଇଦେଲେ ସିସିଟିଭି ତାପରେ …

1 min read

ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଆଶ୍ଚର୍ଯ୍ୟଜନକ ତଥା ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। ଘରେ କାମ କରୁଥିବା ଜଣେ ଚାକରାଣୀ ଖାଦ୍ୟ ରାନ୍ଧିବାବେଳେ କିଛି ଏମିତି କରୁଥିଲେ ଯାହା ପୁରା ପରିବାରକୁ ଅସୁସ୍ଥ କରିଥିଲା । ଚାକରାଣୀ ଜଣଙ୍କ ଆଠ ବର୍ଷ ଧରି ଏକ ଘରେ ରୋଷେୟା କାମ କରୁଥିଲେ। ସେ ପୁରା ପରିବାର ପାଇଁ ଖାଦ୍ୟ ରାନ୍ଧୁଥିଲେ। କିନ୍ତୁ ଖାଦ୍ୟ ରାନ୍ଧିବାବେଳେ ସେ ଏଥିରେ ପରିସ୍ରା ମିଶ୍ରଣ କରୁଥିଲେ । ଘର ମାଲିକ ରୋଷେଇ ଘରେ ସିସିଟିଭି ଲଗାଇବା ପରେ ଏହି ଘୃଣ୍ୟ ଓ ବିବ୍ରତ ଘଟଣା ସାମ୍ନାକୁ ଆସିଥିଲା। ମହିଳାଙ୍କ ଏହି କାର୍ଯ୍ୟ ଯୋଗୁଁ ଧୀରେ ଧୀରେ ଘରର ସମସ୍ତ ସଦସ୍ୟ ଅସୁସ୍ଥ ହେବାକୁ ଲାଗିଥିଲେ।

ପୁରା ଘଟଣା ଏମିତି ଥିଲା କି ଗାଜିଆବାଦର ଏକ ସମାଜରେ ରହୁଥିବା ଜଣେ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ଏବଂ ତାଙ୍କ ପରିବାର ଗତ ଏକ ମାସ ଧରି ଏକ ଗୁରୁତର ରୋଗରେ ପୀଡିତ ଥିଲେ। ପରିବାରର ଲୋକମାନେ ପେଟ ଯନ୍ତ୍ରଣା ଏବଂ ଯକୃତ ରୋଗରେ ପୀଡିତ ଥିଲେ। ସେମାନେ ଏହାକୁ କୌଣସି ସଂକ୍ରମଣ ଭାବି ଡାକ୍ତର ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । କିନ୍ତୁ ଘରର ସମସ୍ତ ସଦସ୍ୟ ଏକା ସାଙ୍ଗରେ ଅସୁସ୍ଥ ହେବା ଯୋଗୁଁ ସନ୍ଦେହ ବଢିଥିଲା । ଆଉ ଖାଇବାରେ ହିଁ କିଛି ଗଡବଡ ହେଉଛି ଭାବି ରୋଷେଇ ଘରେ ସେମାନେ ସିସିଟିଭି ଲଗାଇଥିଲେ । ଯାହାଦ୍ୱାରା ଖାଦ୍ୟ ପ୍ରସ୍ତୁତି ଉପରେ ନଜର ରଖାଯିବ ।

Advertisement

ସିସିଟିଭି ଫୁଟେଜରେ ଯାହା ଦେଖିବାକୁ ମିଳିଥିଲା ତାହା ଅତ୍ୟନ୍ତ ଚକିତ କରିଥିଲା। ଘରୋଇ ସାହାଯ୍ୟକାରୀ ବା ଚାକରାଣୀ ରେନା ଖାଦ୍ୟ ରାନ୍ଧିବାବେଳେ ପରିସ୍ରା ମିଶ୍ରଣ କରୁଥିଲେ। ଏହି ଘୃଣ୍ୟ କାର୍ଯ୍ୟ ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପୀଡିତାଙ୍କ ପରିବାର ତୁରନ୍ତ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୀଡିତାଙ୍କ ପରିବାର ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ତାଙ୍କ ଘରେ ୮ ବର୍ଷ କାମ କରୁଥିଲେ।

Leave a Reply

Your email address will not be published. Required fields are marked *