Pratidin TV

Odisha's Digital News Platform

୨୮ ଟି ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ଗିରଫକଲା କେନ୍ଦୁଝର ପୋଲିସ

1 min read

କେନ୍ଦୁଝର ପୋଲିସକୁ ବଡ ସଫଳତା । ପୋଲିସ ପାଞ୍ଝରେ ଅନ୍ତଃ ଜିଲ୍ଲା ଡକାୟତ ଦଳର ମାଷ୍ଟର ମାଇଣ୍ଡ ଦାଶରଥି ଧିବର । ତାଠାରୁ ଏକ ପିସ୍ତଲ , ଏକ ବୋଲେରୋ , ଏକ ମୋଟର ସାଇକେଲ ସହ ଏକ ଛୁରା ସହ ୧୪ ଟି ସୁନା ଲକେଟ୍ ଓ ୫୦୦ ଗ୍ରାମ ର ରୂପା ଗହଣା ଜବତ । ତା ନାମରେ କେନ୍ଦୁଝର ସମେତ ୪ ଟି ଜିଲ୍ଲା ରେ ୨୮ ଟି କେଶ ରହିଛି । ଦାଶରଥି ନା ରେ କେନ୍ଦୁଝର , ରାଉରକେଲା , ଢେଙ୍କାନାଳ , ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ରେ ୨୮ ଗୋଟି ବଡ଼ ଡ଼କାୟତି କେଶର ମାଷ୍ଟର ମାଇଣ୍ଡ ଥିଲା ।

ମାଷ୍ଟର ମାଇଣ୍ଡ ଘର ବମେଵାରୀ ଥାନାର ଧନୁର୍ଜୟପୁର ଗାଁରେ । ଗତ ୨୦୨୩ ମସିହା ଅକ୍ଟୋବର ୧୯ ତାରିଖରେ ଦାଶରଥି ଧୀବରଙ୍କ ନେତୃତ୍ୱରେ ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ବିଳମ୍ବିତ ରାତିରେ ଗୁଳି ଫୁଟାଇ ସଟର ଭାଙ୍ଗି ୪ଲକ୍ଷ ଟଙ୍କା , ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଏହି ମାମଲା ଆଧାରରେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୧୬/୧୧/୨୦୨୪ରେ ୫ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡକାୟତୀ ଘଟଣା ର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ଥିଲା । କେନ୍ଦୁଝର ଏସପି ଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଡ଼କାୟତ ସର୍ଦ୍ଦାର କୁ ଗିରଫ କରିବାରେ ସଫଳ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *