ଦୀପାବଳୀକୁ ନିଆରା ଢଙ୍ଗରେ ପାଳନ କରିଲେ ବୌଦ୍ଧର ମେହେର ସମ୍ପ୍ରଦାୟ ..
1 min readବୌଦ୍ଧ : ସରିଛି ଆଲୋକର ପର୍ବ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହ ଧୁମଧାମରେ ଆଲୋକର ପର୍ବ ଦୀପାବଳୀ ପାଳିତ ହୋଇ ସାରିଛି । ହେଲେ ଏହି ପର୍ବକୁ ପ୍ରତିବର୍ଷ କିଛି ନିଆରା ଢଙ୍ଗରେ ପାଳନ କରିଥାନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣି ବଉଦିଆପଡା ଗ୍ରାମର ମେହେର ସମ୍ପ୍ରଦାୟ ର ପରିବାର । ଏହି ପର୍ବରେ ଘରେ ଘରେ ଜମିଥାଏ ପିଠାପଣାର ଆସର ଏବଂ ସଂଧ୍ୟାରେ ସମୟରେ ଆଖୁରେ ଦୀପ ଜାଳି ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ‘ରଜାବାହାବେ ଖଣ୍ଡଖଜା ଖାବେ ଅନ୍ଧାରେ ଆଓ ଉଜୁଲେ ଯାଉ’ ବୋଲି ବଡ଼ବଡ଼ିଆଙ୍କୁ ଡାକିଥାନ୍ତି । ଏହି ପରମ୍ପରାରେ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ୍ ହୋଇ ଏହି ପର୍ବକୁ ଧୁମଧାମର ସହ ପାଳନ କରିଥାନ୍ତି । କିମ୍ବଦନ୍ତୀ ହିସାବରେ କହିବାକୁ ଗଲେ ବିଜୟା ଦଶମୀରେ ରାବଣକୁ ମାରି ବିଜୟ ଲାଭକରି ଠିକ୍ ଏହି ଦିନ ପ୍ରଭୁ ରାମଚନ୍ଦ୍ର ବନବାସରୁ ଅଯୋଧ୍ୟାକୁ ଫେରୁଥିବା ବେଳେ ଅନ୍ଧାର ହେବାରୁ ସେମାନେ ଆଲୋକ ଦେଖାଇବା ପାଇଁ ଏହି ପର୍ବକୁ କେଉଁ କାଳରୁ ଆଜି ଯାଏ ପାଳନ କରିଆସୁଛନ୍ତି ।